ମୁମ୍ବାଇ: ଯଦି ଆପଣ ଜଣେ ‘ଏୟାରଟେଲ୍’ ବ୍ୟବହାରକାରୀ ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର ହୋଇପାରେ। କାରଣ ବର୍ତ୍ତମାନ ‘ଜିଓ’ ପରି ‘ଏୟାରଟେଲ’ ବି ଅସୀମିତ କଲିଂ ଏବଂ ଡାଟାର ଏକ ଜବରଦସ୍ତ ଅଫର୍‌ ନେଇଆସିଛି। ବିଶେଷ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ନମ୍ବରର ବିଲ୍ ପୈଠ କରିବା ପରେ, ଆପଣ ୩ଟି ନମ୍ବରକୁ ଚଳାଇ ପାଇପାରିବେ। ପୂର୍ବରୁ ‘ଜିଓ’ ଏପରି ସୁବିଧା ଘୋଷଣା କରିସାରିଥିବା ବେ‌ଳେ ଏବେ ‘ଏୟାର୍‌ଟେଲ୍’ ମଧ୍ୟ ସମାନ ଯୋଜନା ନେଇ ଆସିଛି।

Advertisment

ଏୟାରଟେଲ ୫୯୯ ଟଙ୍କିଆ ପୋଷ୍ଟପେଡ୍ ଯୋଜନାରେ ଅନେକ ବୈଶିଷ୍ଟ୍ୟ ଉପଲବ୍ଧ। ଏହି ଯୋଜନାରେ ଆପଣଙ୍କୁ ଅସୀମିତ କଲିଂ ଠାରୁ ଆରମ୍ଭ କରି ଡାଟା ସୁବିଧା ମିଳିବ। ଏଥିରେ ସମୁଦାୟ ୭୫ ଜିବି ଡାଟା ଉପଲବ୍ଧ। ଏହି ଯୋଜନା ଅନୁସାରେ ଗୋଟାଏ ନମ୍ବରରେ ଆପଣଙ୍କୁ ଆଉ ଗୋଟାଏ ଆଡ୍‌ ଅନ୍‌ ସିମ୍‌ ମିଳିବ। ଅର୍ଥାତ ଗୋଟାଏ ପ୍ୟାକ୍‌ରେ ଏକକାଳୀନ ୨ଟି ସିମ୍‌କୁ ବ୍ୟବହାର କରିହେବ।  ଏଥିରେ ଅସୀମିତ କଲିଂ ସୁବିଧା ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଆମାଜନ ପ୍ରାଇମ ସବସ୍କ୍ରିପସନ୍ ମଧ୍ୟ ଦିଆଯାଇଛି।

ଏୟାର୍‌ଟେଲ୍‌ର ୯୯୯ ଟଙ୍କିଅ‌ା ଯୋଜନାରେ ୧୦୦ ଜିବି ଡାଟା ଉପଲବ୍ଧ।  ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଆପଣଙ୍କୁ ଅସୀମିତ କଲିଂ ଏବଂ ରୋମିଂର ସୁବିଧା ମଧ୍ୟ ଦିଆଯାଇଛି। ଆମାଜନ ପ୍ରାଇମ ଏବଂ ଡିଜନି + ହଟଷ୍ଟାରର ସବସ୍କ୍ରିପସନ୍ ବି ଦିଆଯାଇଛି। ଏଥିରେ ଗୋଟିଏ ନମ୍ବର ସହିତ ଆହୁରି ୨ଟା ଆଡ୍‌ ଅନ୍‌ ସିମ୍‌ ମିଳିବ। ଅର୍ଥାତ ଗୋଟାଏ ଯୋଜନାରେ ୩ଟି ସିମ୍‌ କାମ କରିବ।

‘ଏୟାର୍‌ଟେଲ୍‌’ ୧୧୯୯ ଟଙ୍କିଆ ଯୋଜନାରେ ୧୫୦ ଜିବି ଡାଟା ଉପଲବ୍ଧ। ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ ଉପଲବ୍ଧ। ଏହି ଯୋଜନାରେ ଅସୀମିତ କଲିଂ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ୧-୩ ଫ୍ୟାମିଲି ଆଡ୍-ଅନର ସୁବିଧା ମଧ୍ୟ ଏଥିରେ ଉପଲବ୍ଧ। ଏଥିରେ ନେଟଫ୍ଲିକ୍ସର ସବସ୍କ୍ରିପସନ୍, ପ୍ରାଇମ ଭିଡିଓ ମଧ୍ୟ ଦିଆଯାଉଛି।