ଏୟାରଟେଲ୍‌ ପକ୍ଷରୁ ବର୍ଷେ ପାଇଁ ଆମାଜନ ପ୍ରାଇମ୍‌ ମେମ୍ବରସିପ୍‌ ମାଗଣା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ମାଗଣା ସେବା ଜିଓଟିଭିର ମୁକାବିଲା କରିବା ପାଇଁ ଏୟାରଟେଲ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ଅନୁସାରେ ଏୟାରଟେଲ ପକ୍ଷରୁ ଆମାଜାନ ଇଣ୍ଡିଆ ସହ ଏକ ସହବନ୍ଧନ କରାଯାଇଛି । ଏହା ମାଧ୍ୟମରେ ଏୟାରଟେଲ ପୋଷ୍ଟପେଡ୍‌ ଗ୍ରାହକ ଓ ଭି-ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକମାନଙ୍କୁ ମାଗଣାରେ ବର୍ଷକ ପାଇଁ ଭିଡିଓ ଷ୍ଟ୍ରିମିଂ ଆପ୍‌ ଆମାଜନ ପ୍ରାଇମ ମେମ୍ବରସିପ ମିଳିପାରିବ । ତେବେ ୪୯୯ ଟଙ୍କିଆ ପ୍ଲାନ ପକାଇଥିବା ପୋଷ୍ଟପେଡ ଗ୍ରାହକଙ୍କୁ ଏହି ମାଗଣା ଅଫର ମିଳିବ । ଏୟାରଟେଲ ଟିଭି ଆପ ମାଧ୍ୟମରେ ଏହି ସେବାକୁ ଆକ୍ଟିଭେଟ୍‌ କରିହେବ ।

ଟେଲିକମ କ୍ଷେତ୍ରରେ ଚାଲିଥିବା ପ୍ରତିଯୋଗିତା ଦିନକୁ ଦିନ ବେଶ୍‌ ତୀବ୍ର ହେଉଛି । ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଏୟାରଟେଲ ପ୍ରାୟ ପ୍ରତିଦିନ ବିଭିନ୍ନ ଅଫର ଘୋଷଣା କରୁଛି । ଗତ ମାସ ଶେଷ ସପ୍ତାହରେ ଏୟାରଟେଲ ଘୋଷଣା କରିଥିଲା ଯେ ଆସନ୍ତା ଜୁନ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ ଟିଭି ଆପ୍‌ ମାଗଣାରେ ପ୍ରଦାନ କରାଯାଉଛି । ତେବେ ଏହା କେବଳ ଏୟାରଟେଲ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି ।

ସମ୍ବନ୍ଧିତ ଖବର