ନୂଆଦିଲ୍ଲୀ : ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍ ଏବଂ ଗୁଗୁଲ ପକ୍ଷରୁ କମ୍ ମୂଲ୍ୟର ସ୍ମାର୍ଟଫୋନ ପ୍ରଦାନ ପାଇଁ ସହଭାଗିତା କରାଯାଇଛି । ଗ୍ରାହକ ମାନଙ୍କୁ ଅନଲାଇନ୍ ସେବା ପ୍ରଦାନ କରିବା ପାଇଁ ମେରା ପେହଲା ସ୍ମାର୍ଟଫୋନ ଅଭିଯାନର ଏକ ଅଂଶ ସୁରୂପ ଏହି ଚୁକ୍ତି ମାଧ୍ୟମରେ ଏୟାରଟେଲ୍ ପକ୍ଷରୁ ଆଣ୍ଡ୍ରଏଡ ଗୋ ଆଧାରରେ ୪ଜି ସ୍ମାର୍ଟଫୋନ ସୁଲଭ ମୂଲ୍ୟରେ ପ୍ରଦାନ କରାଯିବ ।
ଆଣ୍ଡ୍ରଏଡ୍ ଅପେରେଟିଂ ସିଷ୍ଟମର ଆଣ୍ଡ୍ରଏଡ ଓରିଓ (ଗୋ ଏଡ଼ିସନ୍) ଏକ ସ୍ୱତନ୍ତ୍ର ଆକୃତି ହୋଇଥିବାବେଳେ ଏହା ୧ଜିବି ରାମ୍ କିମ୍ବା ତା ଠାରୁ କମ୍ ବିଶିଷ୍ଟ ଅଟେ । ମାର୍ଚ୍ଚ ୨୦୧୮ ଠାରୁ ଏୟାରଟେଲ୍ର ମେରା ପେହେଲା ସ୍ମାର୍ଟଫୋନ୍ ବଜାରକୁ ଆସିବାର କାଯ୍ୟର୍କ୍ରମ ରହିଛି । ଦୁଇଟି ଅଗ୍ରଣୀ ଭାରତୀୟ ସ୍ମାର୍ଟଫୋନ୍ ପ୍ରସ୍ତୁତକାରୀ କମ୍ପାନୀ ଲାଭା ଏବଂ ମାଇକ୍ରୋମାକ୍ସ ପକ୍ଷରୁ ଆଣ୍ଡ୍ରଏଡ ଓରିଓ (ଗୋ ଏଡ଼ିସନ୍)ର ପ୍ରଥମ୪ଜି ସ୍ମାର୍ଟଫୋନର ଉନ୍ମୋଚନ କରାଯିବ । ଉକ୍ତ ସ୍ମାର୍ଟଫୋନ ଗୁଡିକରେ ମାଇଁ ଏୟାରଟେଲ୍ ଆପ୍, ଏୟାରଟେଲ୍ ଟିଭି ଏବଂ ୱିଙ୍କ ମ୍ୟୁଜିକ ଇତ୍ୟାଦି ପ୍ରଥମରୁ ଅନଲାଇନ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ‘ମେରା ପେହେଲା ସ୍ମାର୍ଟଫୋନ ଅଭିଯାନ ପାଇଁ ଏହି ସହଭାଗିତା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ମାଧ୍ୟମରେ ଆଣ୍ଡ୍ରଏଡ ଗୋ କାର୍ଯ୍ୟକ୍ରମ ସୁଲଭ ମୁଲ୍ୟରେ ସ୍ମାର୍ଟଫୋନ ଯୋଗାଇଦିଆଯିବ ବୋଲି କହିଛନ୍ତି ଭାରତୀ ଏୟାରଟେଲର ମୁଖ୍ୟ ବ୍ୟବସାୟିକ ଅଧିକାରୀ, ବାଣୀ ଭେଙ୍କଟେସ ।