ମାସିକ ରିଚାର୍ଜ ପ୍ଲାନ୍ ଦାମ୍ ୫୭% ବଢ଼ାଇଲା ଏୟାରଟେଲ୍

ନୂଆଦିଲ୍ଲୀ: ସୁନିଲ ମିତ୍ତଲଙ୍କ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍‌ ପକ୍ଷରୁ ମାସିକ ରିଚାର୍ଜ ପ୍ଲାନ୍‌ ମୂଲ୍ୟରେ ୫୭% ବୃଦ୍ଧି କରାଯାଇଛି। ଓଡ଼ିଶା ଓ ହରିୟାଣା ଟେଲିକମ୍ ସର୍କଲ୍‌ରେ ୨୮ ଦିନିଆ ରିଚାର୍ଜ ପ୍ଲାନ୍‌ର ସର୍ବନିମ୍ନ ମୂଲ୍ୟ ୧୫୫ ଟଙ୍କାକୁ ବୃଦ୍ଧି ପାଇଛି।

ଆଗାମୀ ଦିନରେ ସାରା ଦେଶରେ ଏହି ଦାମ୍‌କୁ ଲାଗୁ କରିବାକୁ କଂପାନି ଯୋଜନା ରଖିଛି। ୧୫୫ ଟଙ୍କିଆ ପ୍ଲାନ୍‌ରେ କଂପାନି ଅସୀମିତ କଲ୍‌, ୧ ଜିବି ଡାଟା ଏବଂ ୩୦୦ ଏସ୍‌ଏମ୍ଏସ୍‌ ସୁବିଧା ପ୍ରଦାନ କରୁଛି। ପୂର୍ବରୁ କଂପାନିର ସର୍ବନିମ୍ନ ରିଚାର୍ଜ ପ୍ଲାନ୍‌ ଦାମ୍ ୯୯ ଟଙ୍କା ଥିଲା। ସେହି ପ୍ଲାନ୍ ଆଉ ଉପଲବ୍ଧ ହେଉନାହିଁ।

ସମ୍ବନ୍ଧିତ ଖବର