ଏୟାରଟେଲ ଛାଡିଲା ମାତ୍ର ୧୬୪୯ ଟଙ୍କାରେ ୪ଜି ସ୍ମାର୍ଟଫୋନ

ଭୁବନେଶ୍ୱର: ଜିଓର ଶସ୍ତା ସ୍ମାର୍ଟଫୋନକୁ କଡା ଟକ୍କର ଦେବା ପାଇଁ ଏୟାରଟେଲ ପକ୍ଷରୁ ଆଉ ଏକ ଶସ୍ତା ସ୍ମାର୍ଟଫୋନ ବଜାରକୁ ଛାଡିବା ବିଷୟ ଘୋଷଣା କରାଯାଇଛି । ଏହାର ମୂଲ୍ୟ ରହିଛି ମାତ୍ର ୧୬୪୯ ଟଙ୍କା । ଏଥିଲାଗି ଏୟାରଟେଲ ମୋବାଇଲ ହାଣ୍ଡସେଟ୍‌ ନିର୍ମାତା କମ୍ପାନି ଇଣ୍ଟେକ୍ସ ସହ ହାତ ମିଳାଇଛି ।

ଇଣ୍ଟେକ୍ସର ‘ଆକ୍ୱା ଲାୟନ୍ସ ଏନ ୧’ ଏକ ନୂତନ ବ୍ରାଣ୍ଡର ୪ଜି ସ୍ମାର୍ଟଫୋନ ଯାହା ଏୟାରଟେଲ ଗ୍ରାହକମାନଙ୍କୁ ମାତ୍ର ଟ. ୧୬୪୯/-ରେ ଉପଲବ୍ଧ ହେବ । ଏଥିରେ ଡୁଆଲ ସିମ ସହିତ ଏମଟିକେ ଚିପସେଟ, ୪ ଇଞ୍ଚର ଡବ୍ଲୁଭିଜିଏ ସ୍କ୍ରିନ, ୨ ମେଗାପିକ୍ସେଲ ରିୟର ଏବଂ ସମ୍ମୁଖ ଭିଜିଏ କ୍ୟାମେରା, ୧ଜିବି ଏବଂ ୮ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି ଯାହାକୁ କି ୧୨୮ଜିବି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ । ସେହିପରି ଆକ୍ୱା ଏ୪ର ମୂଲ୍ୟ ଟ. ୧,୯୯୯/- , ଏସ ୩ ଟ. ୪୩୭୯/- ରହିଛି ।

ଏହି ସ୍ମାର୍ଟଫୋନ ପାଇବା ପାଇଁ ଉପଭୋକ୍ତା ପ୍ରଥମେ ଆକ୍ୱା ଲାୟନ୍ସ ଏନ ୧ ପାଇଁ ଟ.୩୧୪୯/- ଟଙ୍କାର ଏକ ଡାଉନପେମେଣ୍ଟ କରିବାକୁ ପଡିବ । ଏହି ଫୋନ ଏୟାରଟେଲ ପକ୍ଷରୁ ଟ.୧୬୯/- ର ଏକ ମାସିକିଆ ପ୍ୟାକ ସହିତ ଉପଲବ୍ଧ ହେବ । ଉପଭୋକ୍ତାମାନଙ୍କୁ ଲଗାତାର ୩୬ମାସ ଧରି ଟ.୧୬୯/- ର ରିଚାର୍ଜ କରିବାକୁ ପଡିବ, ୧୮ମାସ ପରେ ଉପଭୋକ୍ତା ଟ.୫୦୦/- ଏବଂ ୩୬ମାସ ଶେଷରେ ଉପଭୋକ୍ତା ଟ.୧,୦୦୦/- ଫେରସ୍ତ ପାଇବେ ।

ସମ୍ବନ୍ଧିତ ଖବର