ନୂଆଦିଲ୍ଲୀ: ଭାରତରେ ଏୟାରଟେଲ ରିଚାର୍ଜ ଟାରିଫ ପ୍ଲାନ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ବଡ ଝଟକା ଲାଗିପାରେ । ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ତେବେ ଏନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ।
ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ, ଯାହା ଆଗାମୀ ମାସରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ ୩୦୦ କୋଟି ଟଙ୍କା ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଏହି କାରଣରୁ ଏୟାରଟେଲର ରିଚାର୍ଜ ପ୍ଲାନ ମୂଲ୍ୟ ଖୁବଶୀଘ୍ର ବୃଦ୍ଧି ପାଇପାରେ ।
ଏୟାରଟେଲ ମଧ୍ୟ ନିଜର ୫ଜି ସେବା କଭରେଜ୍ ବଢ଼ାଇବା ପାଇଁ କାମ କରୁଛି। ଗତ କିଛି ବର୍ଷ ବିଷୟରେ କହିବାକୁ ଗଲେ ଏୟାରଟେଲ ରିଚାର୍ଜ ମୂଲ୍ୟରେ କୌଣସି ବଡ ବୃଦ୍ଧି ହୋଇନାହିଁ । ୨୦୨୧ ପରଠାରୁ ରିଚାର୍ଜ ପ୍ଲାନରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ତେବେ ଏଥର ନିଶ୍ଚିତ ଭାବେ ଦର ବଢାଇବାର ସମୟ ଆସିଛି ବୋଲି ସେ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ମିତ୍ତଲ କହିଛନ୍ତି ଯେ ଭାରତରେ ଟେଲିକମ ଶୁଳ୍କ ବୃଦ୍ଧି କରାଯାଇପାରେ । ତେବେ କେବେ ଏହି ବୃଦ୍ଧି କରାଯିବ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-02-at-17.44.34.jpeg)