ଏୟାରଟେଲ ପ୍ରଦାନ କରୁଛି ୯୮ ଟଙ୍କାରେ ଦିନକୁ ୨ ଜିବି

ନୂଆଦିଲ୍ଲୀ: ଟେଲିକମ ଅପରେଟର ଏୟାରଟେଲ ପକ୍ଷରୁ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ କେତେକ ଆକର୍ଷଣୀୟ ପ୍ଲାନ ଘୋଷଣା କରାଯାଇଛି । ଏହି ପ୍ଲାନର ମୂଲ୍ୟ ମାତ୍ର ୬୫ ଟଙ୍କା ରହିଛି । ଏହା ମାଧ୍ୟମରେ ୨୮ ଦିନ ପାଇଁ ଦୈନିକ ୧ ଜିବି (ଥ୍ରୀଜି) ଡାଟା ମିଳିପାରିବ । ଆହୁରି ମଧ୍ୟ କମ୍ପାନି ପକ୍ଷରୁ ୯୮ ଟଙ୍କା ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଦିନକୁ ୨ ଜିବି ଲେଖାଏଁ ୨୮ ଦିନ ପାଇଁ ୩ଜି/୪ଜି ଡାଟା ମିଳିପାରିବ । ତେବେ ଏହି ଦୁଇଟି ପ୍ଲାନ କେତେକ ବଛା ବଛା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ପୂର୍ବରୁ ଏୟାରଟେଲ ୪୯ ଟଙ୍କାରେ ଗୋଟିଏ ଦିନ ପାଇଁ ୨ ଜିବି ୪ଜି ଡାଟା ପ୍ରଦାନ କରୁଥିଲା ।

ଏୟାରଟେଲ ୯୮ ଟଙ୍କାରେ ଦିନକୁ ୨ ଜିବି ମୋଟ ୨୮ ଦିନ ପାଇଁ ଦେଉଥିବାବେଳେ ରିଲାଏନ୍ସ ଜିଓର ସମାନ ପ୍ଲାନର ମୂଲ୍ୟ ରହିଛି ୧୯୮ ଟଙ୍କା । ଅର୍ଥାତ ଜିଓ ୧୯୮ ଟଙ୍କାରେ ଦିନକୁ ୨ ଜିବି ପ୍ରଦାନ କରୁଛି । ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପ୍‌ ଅବଧି ସମାପ୍ତ ହୋଇଆସୁଥିବାବେଳେ ଜିଓ ନୂଆ ପ୍ଲାନ ଦିନେ ଦୁଇଦିନ ମଧ୍ୟରେ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଅନ୍ୟ ଟେଲିକମ କମ୍ପାନି ମାନେ ନୂଆ ନୂଆ ଆକର୍ଷଣୀୟ ଅଫରମାନ ଘୋଷଣା କରୁଛନ୍ତି ।

ସମ୍ବନ୍ଧିତ ଖବର