ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଟେଲିକମ୍ କମ୍ପାନି ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛି। ଏହି କ୍ରମରେ ଭାରତୀ ଏୟାରଟେଲ ୧୯୯ଟଙ୍କାର ଏକ ଟାରିଫ ପ୍ଲାନ୍ର ଶୁଭାରମ୍ଭ କରିଛି। ଯେଉଁଥିରେ ଗ୍ରାହକ ୧ଜିବି ୪ଜି/୩ଜି/୨ଜି ଇଣ୍ଟରନେଟ ଡାଟା ସହିତ ଅସୀମିତ କଲ ସୁବିଧା ପାଇ ପାରିବେ। ଏହି ପ୍ଲାନ୍ କେବଳ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଯାହାର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିବ।
ତେବେ ଏୟାରଟେଲ ଆପ୍ ଜରିଆରେ ଜାଣି ପାରିବେ ଏହି ଅଫରର ଫାଇଦା ଆପଣଙ୍କ ପାଇଁ ଉପଲବ୍ଧ ରହିଛି କି ନାହିଁ। ଏୟାରଟେଲ ଆପ୍ରେ ଆପଣଙ୍କୁ ଯଦି ଏହି ଅଫର ସୂଚିତ ହେଲ ତେବେ ଯାଇ ରିଚାର୍ଜ କରିପାରିବେ।
ସେହିପରି କମ୍ପାନି ନିଜ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନୂତନ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ପ୍ଲାନର ବି ଶୁଭାରମ୍ଭ କରିଛି। ଏହି ପ୍ଲାନ୍ର ମୂଲ୍ୟ ୧୭୮ଟଙ୍କା ରହିଛି। ୧୭୮ଟଙ୍କା ପ୍ଲାନ ଜରିଆରେ ୧ଜିବି ୪ଜି/୩ଜି/୨ଜି ଇଣ୍ଟରନେଟ ଡାଟା ସହିତ ଅସୀମିତ କଲ ସୁବିଧା ବି ମିଳିବ। ଏହି ପ୍ଲାନ୍ କେବଳ ପ୍ରିପେଡ ଗ୍ରାହକଙ୍କ ପାଇଁ ରହିଛି। ଯାହାର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି।
ଭାରତୀ ଏୟାରଟେଲ ରିଲାଏନ୍ସ ଜିଓର ୧୪୯ ଟଙ୍କାର ପ୍ଲାନ୍କୁ ଟକ୍କର ଦେବା ପାଇଁ ଏହି ପ୍ଲାନ୍ର ଲଞ୍ଚ କରିଛି। ଜିଓର ୧୪୯ ପ୍ଲାନ୍ରେ ୨୮ଦିନ ପର୍ଯ୍ୟନ୍ତ ଅସୀମିତ କଲର ସୁବିଧା ପାଇ ପାରିବେ ସହିତ ୨ଜିବି ଇଣ୍ଟରନେଟ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/resizer.jpg)