ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ୪୯୯ ଟଙ୍କିଆ ପ୍ଲାନ, ମିଳିବ ମାସକୁ ୪୦ ଜିବି ଡାଟା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ମୁକାବିଲା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି ଏୟାରଟେଲ । ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ଆରମ୍ଭ କରାଯାଇଥିବା ୪୯୮ ଟଙ୍କିଆ ପ୍ଲାନକୁ ଟକ୍କର ଦେବା ପାଇଁ ଏୟାରଟେଲ ପକ୍ଷରୁ ୪୯୯ ଟଙ୍କିଆ ପ୍ଲାନ ଆରମ୍ଭ କରାଯାଇଛି । ଏହି ପ୍ଲାନ ମାଧ୍ୟମରେ କମ୍ପାନି ମାସକୁ ୪୦ ଜିବି ୩ଜି/୪ଜି ଡାଟା ପ୍ରଦାନ କରୁଛି । ଏହା ମଧ୍ୟ ଅନଲିମିଟେଡ ଲୋକାଲ, ଏସଟିଡି କଲିଂ, ମାଗଣା ଏସଏମଏସ, ଫ୍ରି ରୋମିଂ ଆଦି ପ୍ରଦାନ କରୁଛି । ଏହାଛଡ଼ା ଏହି ପ୍ଲାନ କିଣିଲେ ଏୟାରଟେଲ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ ସବସ୍କି୍ରପସନ, ଓ୍ଵିଙ୍କ ମ୍ୟୁଜିକ, ଲାଇଭ ଟିଭି ଓ ହାଣ୍ଡସେଟ ଡ୍ୟାମେଜ ପ୍ରୋଟେକ୍ସନ ପ୍ରଦାନ କରୁଛି ।

ସୂଚନାଯୋଗ୍ୟ ଯେ ଜିଓର ୪୯୮ ଟଙ୍କିଆ ପ୍ଲାନରେ ଦିନରୁ ୨ ଜିବି ହିସାବରେ ୯୧ ଦିନ ପାଇଁ ମୋଟ ୧୮୨ ଜିପି ହାଇସ୍ପିଡ୍‌ ୪ଜି ଡାଟା ପ୍ରଦାନ କରୁଛି । ଏହା ମଧ୍ୟ ଅନଲିମିଟେଡ ଲୋକାଲ, ଏସଟିଡି କଲିଂ, ମାଗଣା ଏସଏମଏସ, ଫ୍ରି ରୋମିଂ ଆଦି ପ୍ରଦାନ କରୁଛି । ଏହା ସହିତ ଜିଓର ଅନେକ ଆପ୍‌ର ସବସ୍କି୍ରିନସନ ମିଳିପାରିବ । ଏହା ସହିତ ଗ୍ରାହକମାନେ ଦିନକୁ ୧୦୦ଟି ମାଗଣା ଏସଏମଏସ ପାଇପାରିବେ ।

ସମ୍ବନ୍ଧିତ ଖବର