ଭୁବନେଶ୍ୱର : ରିଲାଏନ୍ସ ଜିଓର ସୁଲଭ ସ୍ମାର୍ଟଫୋନକୁ ଟକ୍କର ଦେବା ପାଇଁ ଆଉ ଏକ ଶସ୍ତା ସ୍ମାର୍ଟଫୋନ ବଜାରକୁ ଛାଡିବ ଏୟାରଟେଲ । ଏଥିପାଇଁ ଏୟାରଟେଲ୍ ଏଚ୍ଏମ୍ଡି ଗ୍ଲୋବାଲ୍ ସହ ସହଯୋଗିତା କରିଛି । ଏହି ସହଭାଗିତା ଏୟାରଟେଲର ‘ମେରା ପେହେଲା ସ୍ମାର୍ଟଫୋନ୍’ ଅଭିଯାନର ଏକ ଅଂଶ । ନୋକିଆ ୩ ଏବଂ ନୋକିଆ ୨ ସ୍ମାର୍ଟଫୋନ୍ ଏବେ ୨,୦୦୦ ଟଙ୍କାର ଆକର୍ଷଣୀୟ କ୍ୟାସବ୍ୟାକ ଅଫର ସହ ଉପଲବ୍ଧ, ଯେଉଁଥିରେ ରହିଛି ଏୟାରଟେଲର ସ୍ୱତନ୍ତ୍ର ଟ.୧୬୯ର ରିଚାର୍ଜ। ଏହା ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ପ୍ରଦାନ କରିବ ।
/sambad/media/post_attachments/wp-content/uploads/2017/11/airtel-office-16-1474040814-300x225.jpg)
ନୋକିଆ ୩ର ବଜାର ମୂଲ୍ୟ ୭୪୯୯ ଥିବାବେଳେ ନୋକିଆ ୨ର ମୂଲ୍ୟ ୪,୯୯୯ ରହିଛି। ଏହି ଦୁଇଟି ସ୍ମାର୍ଟଫୋନ୍ ଗ୍ରାହକମାନଙ୍କୁ ଆକର୍ଷଣୀୟ ଇଣ୍ଟର୍ନେଟ୍ ଅନୁଭୂତି ପ୍ରଦାନ କରିବ । ୨,୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ସୁବିଧାଟି ଗ୍ରାହକମାନଙ୍କୁ ୩୬ ମାସ ମଧ୍ୟରେ ଦୁଇଟି କିସ୍ତିରେ ପ୍ରଦାନ କରାଯିବ । ୫୦୦ ଟଙ୍କାର ପ୍ରଥମ କ୍ୟାସ୍ ବ୍ୟାକ୍ କିସ୍ତି ନିମନ୍ତେ ଯୋଗ୍ୟ ହେବା ପାଇଁ ଗ୍ରାହକଙ୍କୁ ୧୮ ମାସ ମଧ୍ୟରେ ୩୫୦୦ ଟଙ୍କା ମୂଲ୍ୟର ଏୟାର୍ଟେଲ୍ ରିଚାର୍ଜ କରିବାକୁ ପଡ଼ିବ। ସେହିପରି ଗ୍ରାହକ ମାନଙ୍କୁ ୧୫୦୦ ଟଙ୍କାର କିସ୍ତି ନିମନ୍ତେ ଯୋଗ୍ୟ ହେବା ପାଇଁ ଗ୍ରାହକଙ୍କୁ ୧୮ ମାସ ମଧ୍ୟରେ ୩୫୦୦ ଟଙ୍କା ମୂଲ୍ୟର ଏୟାର୍ଟେଲ୍ ରିଚାର୍ଜ କରିବାକୁ ପଡ଼ିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Nokia-2.jpg)