ଏୟାରଟେଲ୍‌ ଦେଲା ଆଉ ୮୦୦୪ କୋଟି

ନୂଆଦିଲ୍ଳୀ,: ଭାରତୀ ଏୟାରଟେଲ ଏଜିଆର (ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ) ବାବଦରେ ଟେଲିକମ୍ ବିଭାଗ ନିକଟରେ ଆଉ ୮୦୦୪ କୋଟି ଟଙ୍କା ଜମା କରିଛି। ପୂର୍ବରୁ ଏହି କମ୍ପାନି ପ୍ରଥମ କିସ୍ତିରେ ୧୦ ହଜାର କୋଟି ଟଙ୍କା ଜମା କରିଥିଲା। ତେଣୁ ଦୁଇଟି କିସ୍ତିରେ ଏୟାରଟେଲ ଏଜିଆର୍ ବାବଦରେ ୧୮୦୦୪ କୋଟି ଟଙ୍କା ଜମା କରିଛି। ପୂର୍ବରୁ ଭୋଡାଫୋନ ଆଇଡିଆ ଦୁଇଟି କିସ୍ତିରେ ୩୫୦୦ କୋଟି ଟଙ୍କା ଏବଂ ଟାଟା ଟେଲିସର୍ଭିସେସ୍ ୨୧୯୭ କୋଟି ଟଙ୍କା ଜମା କରିଛନ୍ତି। ତେଣୁ ଏହି ୩ କମ୍ପାନିଙ୍କ ଠାରୁ ଏଜିଆର୍ ବାବଦରେ ଟେଲିକମ୍ ବିଭାଗକୁ ଏପର୍ଯ୍ୟନ୍ତ ୨୩୭୦୧ କୋଟି ଟଙ୍କା ମିଳିଛି। ସୁପ୍ରିମ କୋର୍ଟ ବିରକ୍ତ ହେବା ପରେ ଗତ ୧୭ ତାରିଖରେ ଏୟାରଟେଲ ୧୦ ହଜାର କୋଟି ଟଙ୍କା ଜମା କରିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଦିବସ ସୁଦ୍ଧା କମ୍ପାନି ଗୁଡ଼ିକ ସେମାନଙ୍କ ଏଜିଆର୍ ବାବଦ ରାଶି ଦାଖଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ମାମଲାର ଶୁଣାଣି ଗତ ୧୪ ତାରିଖରେ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ତାରିଖରେ ହେବ। ଭୋଡାଫୋନ୍ ଆଇଡିଆ ଏହାର ପରବର୍ତ୍ତୀ ରାଶି କେବେ ପ୍ରଦାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର