ନୂଆଦିଲ୍ଲୀ: ଭାରତର ୧୦ଟି ସହରରେ ଟ୍ରାଇ ପକ୍ଷରୁ ହୋଇଥିବା ୪ଜି ସ୍ପିଡ୍ ପରୀକ୍ଷଣରେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍କୁ ପଛରେ ପକାଇଦେଇଛି ଏୟାରଟେଲ । ଟ୍ରାଇ ଦ୍ୱାରା ହୋଇଥିବା ଏହି ପରୀକ୍ଷଣରେ ଏୟାରଟେଲ୍ର ୪ଜି ଡାଉନଲୋଡ୍ ସ୍ପିଡ୍ ୯.୬୪ ଏମ୍ବିପିଏସ୍, ଜିଓର ୬.୫୭ ଏମ୍ବିପିଏସ୍, ଆଇଡିଆ ସେଲ୍ୟୁଲାରର ୭.୪୧ ଏମ୍ବିପିଏସ୍ ଏବଂ ଭୋଡାଫୋନ୍ର ୧୦.୫ ଏମ୍ବିପିଏସ୍ ରହିଛି । ଏହି ରିପୋର୍ଟ ଅନୁଯାୟୀ ଏୟାରଟେଲ୍ର ହାରାହାରି ଡାଉନଲୋଡ୍ ସ୍ପିଡ୍ ଜିଓ ଠାରୁ ୪୪ ପ୍ରତିଶତ ଅଧିକ ରହିଛି ।
ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଭୁବନେଶ୍ୱର (ଓଡିଶା ଏଲ୍ଏସ୍ଏ)ରେ ୬୨୪ କିଲୋମିଟର ରୁଟ୍ ମଧ୍ୟରେ ଏୟାରସେଲ୍, ଏୟାରଟେଲ୍, ବିଏସ୍ଏନ୍ଏଲ୍, ଆଇଡିଆ, ଟାଟା, ଭୋଡାଫୋନ ଏବଂ ଜିଓ ମଧ୍ୟରେ ନିର୍ଭରଶୀଳ ଡ୍ରାଇଭ୍ ଟେଷ୍ଟ୍ କରାଯାଇଥିଲା । ଡାଉନଲୋଡ୍ ସର୍ଭେ ଫଳାଫଳ ଅନୁଯାୟୀ ଭୁବନେଶ୍ୱର, ଇନ୍ଦୋର ଏବଂ ନାଗପୁରରେ ୪ଜି ସ୍ପିଡ୍ରେ ଏୟାରଟେଲ୍ ଆଗରେ ରହିଛି । ଓକଲା ରେଟିଙ୍ଗ ଅନୁଯାୟୀ ଏୟାରଟେଲ୍ ତୃତ୍ୱୀୟଥର ପାଇଁ ତଥା ୨୦୧୬, ୨୦୧୭ ଏବଂ ୨୦୧୮ରେ ତୀବ୍ରଗତିର ମୋବାଇଲ ନେଟୱାର୍କ ହୋଇପାରିଛି । ଏୟାରଟେଲ୍ ପକ୍ଷରୁ ଗ୍ରାହକମାନଙ୍କୁ ନିଜର ନେଟୱାର୍କ ଚୟନ କରିବା ଆହ୍ଵାନ ପ୍ରଦାନ କରି ଏକ ନୂତନ ଅଭିଯାନ ‘ସବ କୁଛ ଟ୍ରାଏ କରୋ, ଫିର ସହି ଚୁନୋର ଆରମ୍ଭ କରାଯାଇଛି ।