ଏଣିକି ଏୟାରଟେଲ ମୋବାଇଲ ରିଚାର୍ଜ କରିବା ପଡ଼ିବ ମହଙ୍ଗା: ‌କେଉଁ ପ୍ଲାନର ଦର କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଏୟାରଟେଲ ମୋବାଇଲ ରିଚାର୍ଜ କରିବା ପଡିବ ମହଙ୍ଗା । ଟେଲିକମ କମ୍ପାନି ଏୟାରଟେଲ ଏହି ସପ୍ତାହ ନିଜର ପ୍ରିପେଡ ପ୍ଲାନ ଦର ବଢାଇବାକୁ ଘୋଷଣା କରିଥିଲା । ଆଉ ଆଜି ଠାରୁ ଏହାକୁ ଲାଗୁ ହୋଇଛି । ଅଥାର୍ତ ଆଜି ଠାରୁ ଏୟାରଟେଲ ପ୍ରିପେଡର ବିଭିନ୍ନ ପ୍ଲାନ ଉପରେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

ଏୟାରଟେଲ ନିଜ ପ୍ରିପେଡ ପ୍ଲାନର ଦରରେ ୨୦ରୁ ୨୫% ପର୍ଯ୍ୟନ୍ତ ବୃଦ୍ଧି କରିଛି । କିଛି ପ୍ଲାନରେ ୫୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରିଛି ଏୟାରଟେଲ । ଯାହା ଏୟାରଟେଲ ସିମ ୟୁଜର୍ସଙ୍କ ପକେଟକୁ ବେଶ ବାଧିବ । ଏୟାରଟେଲ କମ୍ପାନି ୱେବସାଇଟ ମୁତାବକ ପ୍ରିପେଡ ପ୍ଲାନର ୭୯ ଟଙ୍କାରୁ ଆରମ୍ଭ କରି ୨୪୯୮ ଟଙ୍କାର ପ୍ଲାନ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ଲାନର ଦର ବୃଦ୍ଧି କରିଛି । ତେବେ ନୂଆ ଓ ପୁରୁଣା ଦର କେତେ ଟଙ୍କା ଥିଲା ତାହା ଉପରେ ଥରେ ନଜର ପକାନ୍ତୁ ।

ପ୍ଲାନ ୭୯ : ଏୟାରଟେଲର ଏହି ପ୍ଲାନର ଦର ପୂର୍ବରୁ ୭୯ ଟଙ୍କା ରହିଥିଲା । କିନ୍ତୁ ଏବେ ଏହା ୯୯ ଟଙ୍କାରେ ପହଞ୍ଚିଛି । ଯାହାର ବୈଧତା ୨୮ ଦିନ ଥିବା ବେଳେ ଏଥିରେ ୫୦ ପ୍ରତିଶତ ଅଧିକ ଟକଟାଇମର ସୁବିଧା ମିଳିବ ।

ପ୍ଲାନ ୧୪୯ : ଏୟାରଟେଲର ଏହି ପ୍ଲାନର ଦର ପୂର୍ବରୁ ୧୪୯ ଥିବା ବେଳେ ଏବେ ୧୭୯ ଟଙ୍କା ଦେବାକୁ ପଡିବ । ଯାହାର ବୈଧତା ୨୮ ଦିନ ରହିବା ସହ ଅନଲିମିଟେଡ କଲ ଓ ୨ ଜିବି ଡାଟା ମିଳିବ ।

Airtel, Vodafone mobile prepaid plans price hike is live: How much your mobile bill will cost now | Gadgets Now

ପ୍ଲାନ ୨୧୯ : ଏୟାରଟେଲର ୨୧୯ ଟଙ୍କାର ପ୍ଲାନ ପାଇଁ ଏଣିକି ୨୬୫ ଟଙ୍କା ଦେବାକୁ ପଡିବ । ଏହାର ବୈଧତା ୨୮ ଦିନ ଥିବା ବେଳେ ଅନଲିମିଟେଡ କଲ ଓ ପ୍ରତିଦିନ ୧ ଜିବି ଲେଖାଏଁ ଡାଟା ମିଳିବ ।

ପ୍ଲାନ ୨୪୯ : ପୂର୍ବରୁ ୨୪୯ ଟଙ୍କାରେ ଏୟାରଟେଲ ଯେଉଁ ପ୍ଲାନ ଦେଉଥିଲା ଏବେ ତାହାର ଦର ୨୯୯ କରିଛି କମ୍ପାନି । ଏହାର ବୈଧତା ମଧ୍ୟ ୨୮ ଦିନ ଥିବା ବେଳେ ଅନଲିମିଟେଡ କଲ ସହ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ।

ପ୍ଲାନ ୨୯୮ : ଦର ବୃଦ୍ଧି ପରେ ଏହି ପ୍ଲାନ ରିଚାର୍ଜ କରିବାକୁ ଗ୍ରାହକଙ୍କୁ ୩୫୯ ଟଙ୍କା ଦେବାକୁ ପଡିବ । ଯାହାର ବୈଧତା ୨୮ ଦିନ ଥିବା ବେଳେ ୟୁଜର୍ସଙ୍କୁ ଅନଲିମିଟେଡ କଲ ସହ ଦୈନିକ ୨ ଜିବି ଡାଟା ମିଳିବ ।

ପ୍ଲାନ ୩୯୯ : ଏହି ପ୍ଲାନର ମୂଲ୍ୟ ବୃଦ୍ଧି ହୋଇ ୪୭୯ ଟଙ୍କାରେ ପହଞ୍ଚିଛି । ଯାହାର ବୈଧତା ୫୬ ଦିନ । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ କଲ ସହ ଦୈନିକ ୧.୫ ଜିବି ଡାଟା ମିଳିବ ।

ପ୍ଲାନ ୪୯୯ : ଏହି ପ୍ଲାନ ପାଇଁ ଏଣିକି ୟୁଜର୍ସଙ୍କୁ ୫୪୯ ଟଙ୍କା ଦେବାକୁ ପଡିବ । ଏହାର ବୈଧତା ୫୬ ଦିନ ଥିବା ବେଳେ ଅନଲିମିଟେଡ କଲ ଓ ଦୈନିକ ୨ ଜିବି ଡାଟା ମିଳିବ ।

ପ୍ଲାନ ୫୯୮ : ୫୯୮ ଟଙ୍କାର ପ୍ଲାନ ପାଇଁ ଏଣିକି ୭୧୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯାହାର ବୈଧତା ୮୪ ଦିନ ରହିବ ଏବଂ ଏଥିପାଇଁ ୟୁଜର୍ସଙ୍କୁ ଅନଲିମିଟେଡ କଲ ସହ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବ କମ୍ପାନି ।

ପ୍ଲାନ ୬୯୮ : ପୂର୍ବରୁ ଏହି ପ୍ଲାନ ପାଇଁ ୬୯୮ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କିନ୍ତୁ ଏବେ ଏହି ପ୍ଲଶନ ପାଇଁ ୮୩୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯାହାର ବୈଧତା ୮୪ ଦିନ ଥିବା ବେଳେ ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ କଲ ସହ ପ୍ରତ୍ୟେକ ଦିନ ୨ ଜିବି ଲେଖାଏଁ ଡାଟା ମିଳିବ ।

ପ୍ଲାନ ୧୪୯୮ : ଦର ବୃଦ୍ଧି ପରେ ଏହି ପ୍ଲାନ ପାଇଁ ଗ୍ରାହକଙ୍କୁ ୧୭୯୯ ଟଙ୍କା ଦେବାକୁ ପଡିବ । ଯାହାର ବୈଧତା ଗୋଟିଏ ବର୍ଷ ରହିଥିବା ବେଳେ ଏଥିରେ ଅନଲିମିଟେଡ କଲ ଓ ୨୪ ଜିବି ଡାଟାର ଲାଭ ଉଠାଇପାରିବେ ୟୁଜର୍ସ ।

ପ୍ଲାନ ୨୪୯୮ : ଏହି ପ୍ଲାନ ପାଇଁ ଏଣିକି ଗ୍ରାହକଙ୍କୁ ୨୯୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହାର ବୈଧତା ୩୬୫ ଦିନ ରହିବ ଏବଂ ଏଥିରେ ଅନଲିମିଟେଡ କଲ ସହ ପ୍ରତ୍ୟେକ ଦିନ ୨ ଜିବି ଲେଖାଏଁ ଡାଟା ମିଳିବ ।

 

ସମ୍ବନ୍ଧିତ ଖବର