ବଢିପାରେ ଏୟାରଟେଲର ରିଚାର୍ଜ ମୂଲ୍ୟ

ନୂଆଦିଲ୍ଲୀ: ଆପଣ ଏୟାରଟେଲ ସିମର ଉପଭୋକ୍ତା ଅଛନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସୂଚନା ଦେବୁ ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ | କାରଣ ଏୟାରଟେଲ ରିଚାର୍ଜ ଟାରିଫ ପ୍ଲାନ ମହଙ୍ଗା ହେବାକୁ ଯାଉଛି | ଏ ବାବଦରେ ଏୟାରଟେଲର ଚେୟାରମ୍ୟାନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଖୁବ ଶୀଘ୍ର ଭାରତରେ ବିଭିନ୍ନ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନେ ସେମାନଙ୍କ ମୂଲ୍ୟ ବୃଦ୍ଧି କରିପାରନ୍ତି | ତେବେ ଏ ସମ୍ପର୍କରେ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ | ଏୟାରଟେଲ ଏହାର ୫ଜି ସେବା କଭରେଜ୍ ବୃଦ୍ଧି ପାଇଁ ମଧ୍ୟ କାର୍ଯ୍ୟ କରୁଛି | ଯଦି ଆମେ ଗତ କିଛି ବର୍ଷ ବିଷୟରେ କଥା ହେବା, ଏୟାରଟେଲ ରିଚାର୍ଜ ମୂଲ୍ୟରେ କୌଣସି ବଡ଼ ବୃଦ୍ଧି ହୋଇନାହିଁ |

୨୦୨୧ ମସିହାରୁ ରିଚାର୍ଜ ଯୋଜନାରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ | ଏୟାରଟେଲର ଚେୟାରମ୍ୟାନ୍ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତରେ ଟେଲିକମ୍ ଶୁଳ୍କ ବୃଦ୍ଧି ହୋଇପାରେ । ତଥାପି,ଏନେଇ କୌଣସି ତାରିଖ ସ୍ଥିର କରାଯାଇନାହିଁ | ଏକ ରିପୋର୍ଟରେ କୁହାଯାଇଛି ଯେ ଜୁଲାଇରେ ମୂଲ୍ୟରେ ଏହି ପରିବର୍ତ୍ତନ ହୋଇପାରେ | ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଯଦି ଏୟାରଟେଲର ଟାରିଫ ପ୍ଲାନ ବଢିବ, ତେବେ ଜିଓ ଏବଂ ଭି ମଧ୍ୟ ମୂଲ୍ୟ ବଢାଇପାରନ୍ତି | ରିପୋର୍ଟରେ କୁହାଯାଇଛି ଯେ ୨୦୨୪ ଶେଷ ସୁଦ୍ଧା ଭାରତରେ ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୨୦ କୋଟି ଅତିକ୍ରମ କରିବ। ରିଲାଏନ୍ସ ଜିଓ ଏବଂ ଏୟାରଟେଲର ୫ଜି ଯୋଜନାଗୁଡିକ ବର୍ତ୍ତମାନର ୪ଜି ପ୍ଲାନ ଅପେକ୍ଷା ୫-୧୦ ପ୍ରତିଶତ ମହଙ୍ଗା ହୋଇପାରେ |

ସମ୍ବନ୍ଧିତ ଖବର