୧୬୯ ପ୍ଲାନକୁ  ଆହୁରି ଆକର୍ଷଣୀୟ କଲା ଏୟାରଟେଲ, ଏବେ ଦିନକୁ ୧ ଜିବି ଡାଟା

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଟେଲିକମ କମ୍ପାନି ଏୟାରଟେଲ ଓ ଜିଓ ମଧ୍ୟରେ ପ୍ରତିଯୋଗିତା ଚରମ ସୀମାରେ ପହଞ୍ଚିଛି ।  ଜିଓ ପକ୍ଷରୁ କିଛିଦିନ ତଳେ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ୧୫୩ ଟଙ୍କା  ଅଫରକୁ ଆହୁରି ଆକର୍ଷଣୀୟ କରାଯିବା ପରେ ଏୟାରଟେଲ ମଧ୍ୟ ପଛରେ ରହିବାକୁ ଚାହୁଁନି । ଏୟାରଟେଲ ମଧ୍ୟ ନିଜର ପୂର୍ବ ଘୋଷିତ ଏକ ଅଫରକୁ ବଦଳାଇ ଆହୁରି ଆକର୍ଷଣୀୟ କରିଛି । ଏହି ପ୍ଲାନଟି ହେଉଛି ୧୬୯ ପ୍ଲାନ । ଏହି ପ୍ଲାନଟି ଏୟାରଟେଲ ପକ୍ଷରୁ ପ୍ରଦାନ କରାଯାଉଥିବା ମେରା ପେହଲା ସ୍ମାର୍ଟଫୋନ ସ୍କିମରେ ୪ଜି ହାଣ୍ଡସେଟ୍‌ ଗୁଡ଼ିକ ଉପରେ ପ୍ରଦାନ କରାଯାଉଥିଲା ।  ଏହି ମେରା ପେହଲା ସ୍ମାର୍ଟଫୋନ ସ୍କିମରେ ଏୟାରଟେଲ ଶସ୍ତା ଦରରେ ସ୍ମାର୍ଟଫୋନ ଦେଇଥାଏ । ଏହି ସ୍କମିରେ ପୂର୍ବରୁ ୧୬୯ ପ୍ଲାନ ପକାଇଲେ ଦିନକୁ ୫୦୦ ଏମବି ଡାଟା ମିଳୁଥିଲା । କିନ୍ତୁ ଏବେ ଏୟାରଟେଲ ତାହାକୁ ବଢାଇ ଦିନକୁ ୧ ଜିବି କରିଛି । ଏହାର ଭାଲିଡିଟି ୨୮ ଦିନ ପାଇଁ ରହିଥିଲା ।  ତେବେ ଏୟାରଟେଲ ମେରା ପେହେଲା ସ୍ମାର୍ଟଫୋନ ବ୍ୟବହାର କରୁନଥିବା ଗ୍ରାହକମାନେ ମଧ୍ୟ ୧୬୯ ପ୍ଲାନ ପକାଇପାରିବେ । ମାତ୍ର ଏହାର ଭାଲିଡିଟି ମାତ୍ର ୧୪ ଦିନ ରହିବ ।

କିଛଦିନ ପୂର୍ବେ ଜିଓ  ପକ୍ଷରୁ ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ୧୫୩ ଟଙ୍କା ପ୍ଲାନକୁ  ସଂଶୋଧିତ କରି ଦିନକୁ ୧.୫ ଜିବି ୪ଜି ଡାଟା ମଟ ୨୮ ଦିନ ପାଇଁ ପ୍ରଦାନ କରୁଛି ।

 

 

ସମ୍ବନ୍ଧିତ ଖବର