ଏୟାରଟେଲ ୪ଜି ଓ୍ଵାଇ-ଫାଇ ହଟ୍‌ସ୍ପଟ୍‌ ମୂଲ୍ୟ ୯୯୯କୁ ହ୍ରାସ

ନୂଆଦିଲ୍ଲୀ : ଏୟାରଟେଲ ପକ୍ଷରୁ ନିଜର ୪-ଜି ଓ୍ଵାଇଫାଇ ହଟସ୍ପଟ୍‌ର ମୂଲ୍ୟ ୯୯୯ ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ ଏହାର ମୂଲ୍ୟ ୧୫୦୦ ଟଙ୍କା ଥିଲା । ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ କମ୍ପାନି ଏହି ପଦକ୍ଷେପ ନେଇଥିବା ଜଣାଯାଇଛି । ରିଲାଏନ୍ସ ଜିଓ ତିନିମାସ ତଳେ ନିଜର ଜିଓଫାଇ ୪-ଜି ଡୋଙ୍ଗଲଦର ୧୯୯୯ ଟଙ୍କାରୁ ହ୍ରାସ କରି ୯୯୯ ଟଙ୍କା କରିଥିଲା ।

ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ ଏହି ନୂଆମୂଲ୍ୟ ବିଶିଷ୍ଟ ଡୋଙ୍ଗଲ୍‌ ଖୁବଶୀଘ୍ର ଦେଶବ୍ୟାପୀ ଥିବା ଏୟାରଟେଲ ଷ୍ଟୋରରେ ଉପଲବ୍ଧ ହେବ । ଏହା ସହିତ ଏହି ପ୍ରଡକ୍ଟଟି ଆମାଜନରେ ମଧ୍ୟ ମିଳିବ । ଏୟାରେଟଲ ୪-ଜି ଡୋଙ୍ଗଲରେ ଏୟାରଟେଲର ୪-ଜି ସିିମ୍‌ କାର୍ଡ ପଡିବ ଓ ଏହାକୁ ନିୟମିତ ବ୍ୟବଧାନରେ ଆବଶ୍ୟକ ପ୍ୟାକେଜ୍‌ ଅନୁସାରେ ରିଚାର୍ଜ କରିବାକୁ ପଡିବ । ଏହା ଏକକାଳୀନ ୧୦ ଟି ଡିଭାଇସ୍‌ ଯଥା ମୋବାଇଲ ଫୋନ, ଲାପଟପ, ପିସି, ସ୍ମାର୍ଟ ଟିଭି, ଟାବଲେଟ୍‌ ଆଦିକୁ କନେକ୍ଟ କରିପାରିବ ଓ ଏହାର ବ୍ୟାଟେରୀ ଲାଇଫ ୬ ଘଣ୍ଟା ରହିଛି । ୪ଜି ନେଟଓ୍ଵାର୍କ ଥିବା ସ୍ଥାନରେ ଏହା ଚାଲିବ ଓ ଯେଉଁ ସ୍ଥାନରେ ୪-ଜି ନେଟଓ୍ଵାର୍କ ନାହିଁ ସେଠାରେ ଏହା ଆପେ ଆପେ ୩ଜି ନେଟଓ୍ଵାର୍କରେ ଚାଲିବ ।

ଏ ସଂପର୍କରେ ଏୟାରଟେଲର ସିଓଓ ଅଜୟ ପୁରୀ କହିଛନ୍ତି ଯେ ଏୟାରଟେଲ୍‌ ଓ୍ଵାଇଫାଇ ହଟ୍‌ ସ୍ପଟ୍‌ ମାଧ୍ୟମରେ ଗ୍ରାହକମାନେ ସାରାଦେଶରେ ଥିବା ଏୟାରଟେଲର ହାଇସ୍ପିଡ୍‌ ନେଟଓ୍ଵାର୍କର ସୁବିଧା ପାଇପାରିବେ ।

ସୂଚନାଯୋଗ୍ୟ ଯେ ଏୟାରଟେଲ ଦେଶର ବୃହତ୍ତମ ଟେଲିକମ ଅପରେଟର ହୋଇଥିବାବେଳେ ଜିଓ ଦ୍ରୁତ ଗତିରେ ଆଧିପତ୍ୟ ବିସ୍ତାର କରୁଥିବା ନେଟଓ୍ଵାର୍କ । ଉଭୟ କମ୍ପାନି ମଧ୍ୟରେ ବଜାରର ୧ ନମ୍ବର ସ୍ଥାନ ପାଇଁ ପ୍ରତିଯୋଗିତା ଚାଲିଛି ।

ସମ୍ବନ୍ଧିତ ଖବର