ନୂଆଦିଲ୍ଲୀ : ଏଣିକି ଫ୍ଲାଇଟ ଭିତରେ ଏୟାରଟେଲ ସେବା ମିଳିପାରିବ । ଭାରତୀ ଏୟାରଟେଲ ’ସିମ୍ଲେସ୍ ଆଲାଏନ୍ସ’ ରେ ଯୋଗଦେବା ପରେ ଏହା ସମ୍ଭବ ହୋବାକୁ ଯାଉଛି । ଏହି ଆଲାଏନ୍ସର ସଦସ୍ୟ ମାନେ ସାଟେଲାଇଟ୍ କନେକ୍ଟିଭିଟି ମାଧ୍ୟମରେ ଫ୍ଲାଇଟ୍ ଭିତରେ ଟେଲିକମ ଓ ଇଣ୍ଟରନେଟ ସେବା ପ୍ରଦାନ କରିପାରିବେ । ସିମ୍ଲେସ୍ ଆଲାଏନ୍ସ’ ଗଠନ ସଂପର୍କରେ ସ୍ପେନର ବାର୍ସିଲୋନାରେ ଘୋଷଣା କରାଯାଇଛି । ଏୟାର୍ଟେଲ୍ ସହ ଜଡ଼ିତ ମେମ୍ବର୍ ଅପରେଟର୍ମାନେ ସେମାନଙ୍କ ଗ୍ରାହକମାନଙ୍କୁ ସାଟେଲାଇଟ୍ ମାଧ୍ୟମରେ ହାଇ ସ୍ପିଡ୍ ସେବା ପ୍ରଦାନ କରିପାରିବେ । ଏହାର ଅନ୍ୟାନ୍ୟ ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ୱାନ୍ ୱେବ୍, ଏୟାର୍ ବସ୍, ଡେଲ୍ଟା ଓ ସ୍ପ୍ରିଣ୍ଟ୍ । ଆଗାମୀ ଦିନରେ ଆହୁରି ଅନ୍ୟ ଅପରେଟରମାନଙ୍କୁ ଏହି ସଂଘରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋପାଲ୍ ବିଠଲ, କହିଛନ୍ତି ଯେ, ଏୟାରଟେଲ୍ର ନେଟ୍ୱାର୍କ ଏହାର ୩୭ କୋଟି ମୋବାଇଲ୍ ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ସର୍ଭିସ୍ ଯୋଗାଇ ଦେବାରେ ସକ୍ଷମ । ‘ୱାନ୍ ୱେବ୍ର ଚେୟାର୍ମ୍ୟାନ୍ ତଥା ପ୍ରତିଷ୍ଠାତା ଜଜ୍ ୱିଲର୍ ପ୍ରକାଶ କରିଛନ୍ତି ଯେ, ‘ଆମର ପ୍ରଥମ ପ୍ରଡକ୍ସନ୍ ସାଟେଲାଇଟ୍ ସେଟ୍ର ଶୁଭାରମ୍ଭ କରି ଆମେ ଗ୍ଲୋବାଲ୍ ଡିଜିଟାଲ୍ ଡିଭାଇଡ୍କୁ ସଂଯୋଗ କରିବାର ଆଉ ଗୋଟିଏ ପାଦ ପାଖରେ ଅଛୁ।‘ ସ୍ପ୍ରିନ୍ଟର ମୁଖ୍ୟ ବାଣିଜ୍ୟକ ଅଧିକାରୀ, ଡୋ ଡ୍ରାପର କହିଛ‘ି ଯେ, ‘ଆଗାମୀ ବର୍ଷେ ମଧ୍ୟରେ ୫ଜି ନେଟୱାର୍କର ରୋଲିଙ୍ଗ ସହ ଆମ ଗ୍ରାହକ ମାନଙ୍କୁ ସବୁଠାରୁ ଉନ୍ନତ ଇଣ୍ଟରନେଟ ଅନୁଭୂତି ପ୍ରଦାନ କରିବା ପାଇଁ ଆମେ ଅଧିକ ମାତ୍ରରେ ପୁିନିବେଶ କରିବୁ ।