ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଦୂରସଂଚାର ପ୍ରଦାନକାରୀ କମ୍ପାନୀ ଏୟାରଟେଲ ଏବଂ ଅଗ୍ରଣୀ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ହଟଷ୍ଟାର ମଧ୍ୟରେ ସହବନ୍ଧନ ହୋଇଛି । ଏହା ମାଧ୍ୟମରେ ହଟଷ୍ଟାରରେ ଉପଲବ୍ଧ ହେଉଥିବା ୨୨ଟି ଚ୍ୟାନେଲ, ୩୦୦୦ରୁ ଅଧିକ ଫିଲ୍ମ ଏବଂ ଅତ୍ୟାଧୁନିକ ଶୋ ବର୍ତ୍ତମାନ ସମସ୍ତ ଏୟାରଟେଲ ମୋବାଇଲ ଗ୍ରାହକମାନଙ୍କୁ ଏୟାରଟେଲ ଟିଭି ଆପ୍‌ ମାଧ୍ୟମରେ ଉପଲବ୍ଧ ହେବ । ନୂତନ ସହଭାଗିତା ସହିତ ଏୟାରଟେଲ ଟିଭି ବର୍ତ୍ତମାନ ୩୫୦ ରୁ ଅଧିକ ଲାଇଭ ଚ୍ୟାନେଲ, ପାଖାପାଖି ୧୦,୦୦୦ ଲୋକପ୍ରିୟ ଫିଲ୍ମ ଏବଂ ଭାରତରୁ ଏବଂ ବିଦେଶର ବିଭିନ୍ନ ସୋ ଇତ୍ୟାଦି ସହିତ ଭାରତରେ ଏକ ଅଗ୍ରଣୀ ତଥା ଆକର୍ଷଣୀୟ କଣ୍ଟେଣ୍ଟ ପ୍ରଦାନକାରୀ ହୋଇପାରିଛି ।

Advertisment

ଏୟାରଟେଲ ଟିଭି ଆପ୍‌ର ସମସ୍ତ କଣ୍ଟେଣ୍ଟ୍‌ ଏୟାରଟେଲ ପ୍ରି ପେଡ ଏବଂ ପୋଷ୍ଟ ପେଡ ଗ୍ରାହକଙ୍କ ପାଇଁ ଏକ ପ୍ରମୋସନାଲ ଧାରାରେ ଜୁନ ୨୦୧୮ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଗ୍ରାହକମାନେ ଏୟାରଟେଲ ଟିଭି ଆପ ଡାଉନଲେଡ କରି ଏହି ଅଫରର ଲାଭ ଉଠାଇପାରିବେ । ଏୟାରଟେଲ ଟିଭିରେ ହଟଷ୍ଟାରର ସୋ ଗୁଡିକ ବିଭିନ୍ନ ଭାଷା ତଥା କନ୍ନଡ, ମାଲାୟାଲମ, ମରାଠୀ, ତାମିଲ ଏବଂ ତେଲୁଗୁ ଇତ୍ୟାଦିରେ ଉପଲବ୍ଧ । ଏହି ପରିପ୍ରେକ୍ଷୀରେ ୱିଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ବାତ୍ରା କହିଛନ୍ତି ଯେ ଅତ୍ୟଧିକମାତ୍ରାର ଲାଇବ୍ରେରି ଗ୍ରାହକଙ୍କ ଅନୁଭୂତିକୁ ଅଧିକ ସୁଖମୟ କରିଥାଏ । ଆଗକୁ ମଧ୍ୟ ଏୟାରଟେଲ ନୂଆ କଣ୍ଟେଣ୍ଟ ବଢାଇଚାଲିବ ।