ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଘୋଷଣା କଲା ୪୪୯ ଟଙ୍କିଆ ପ୍ଲାନ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଭାରତୀ ଏୟାରଟେଲ ପକ୍ଷରୁ ଏକ ୪୪୯ ଟଙ୍କିଆ ପ୍ରିେପେଡ ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଗ୍ରାହକମାନେ ଦିନକୁ ୨ ଜିବି ଡାଟା ହିସାବରେ ୭୦ ଦିନ ପାଇଁ ମୋଟ ୧୪୦ ଜିବି ଡାଟା ପାଇପାରିବେ । ଅର୍ଥାତ ଗ୍ରାହକମାନଙ୍କୁ ଗୋଟିଏ ଜିବି ପିଛା ୩ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ତେବେ ଆଗରୁ ରିଲାଏନ୍ସ ଜିଓର ମଧ୍ୟ ଏକ ୪୪୯ ଟଙ୍କିଆ ପ୍ଲାନ ରହିଛି । ଏହା ମାଧ୍ୟମରେ ୯୧ ଦିନ ପାଇଁ ମୋଟ ୧୩୬ ଜିବି ଡାଟା ଦିଆଯାଉଛି । ଅର୍ଥାତ ଦିନକୁ ୧.୫ ଜିବି ଡାଟା ମିଳିବ । ଏୟାରଟେଲର ପୂର୍ବରୁ ୨ଟି ୨-ଜିବି ପ୍ଲାନ ଥିଲା । ସେଗୁଡ଼ିକ ହେଉଛି ୨୪୯ ଓ ୪୯୯ ଟଙ୍କିଆ ପ୍ଲାନ । ଏଗୁଡ଼ିକ ମାଧ୍ୟମରେ ଦିନକୁ ୨-ଜିବି ହିସାବରେ ଯଥାକ୍ରମେ ୨୮ ଓ ୮୨ ଦିନର ଭାଲିଡିଟି ମିଳୁଥିଲା । ଅନ୍ୟପକ୍ଷରେ ଏଯାରଟେଲର ପୂର୍ବରୁ ଏକ ୪୪୮ ଟଙ୍କିଆ ପ୍ଲାନ ଥିଲା । ଏହା ମାଧ୍ୟମରେ ଦିନକୁ ୧.୪ ଜିବି ହିସାବରେ ୮୨ ଦିନର ଭାଲିଡିଟି ମିଳୁଥିଲା ।

ସମ୍ବନ୍ଧିତ ଖବର