ନିଜର ପ୍ରିପେଡ୍ ତାରିଫ ବୃଦ୍ଧି କଲେ ଏୟାରଟେଲ, ଭୋଡାଫୋନ ଆଇଡିଆ

ନୂଆଦିଲ୍ଲୀ : ଦେଶର ଦୁଇ ପ୍ରମୁଖ ଟେଲିକମ ଅପରେଟନ ଏୟାରଟେଲ ଓ ଭୋଡ଼ାଫୋନ ଆଇଡିଆ ନିଜର ପ୍ରିପେଡ୍ ତାରିଫ ବୃଦ୍ଧି କରିବାକୁ ସୂଚନା ଦେଇଛନ୍ତି । ନିଜର ତାରିଫ ବୃଦ୍ଧି ସମ୍ପର୍କରେ ଏୟାରଟେଲ ପକ୍ଷରୁ ଗତ ବୁଧବାରଦିନ ଘୋଷଣା କରିଥିଲା । କମ୍ପାନି ପକ୍ଷରୁ ନିଜର ଏଣ୍ଟ୍ରିଲେବଲ୍ ୪୯ ଟଙ୍କିଆ ପ୍ରିପେଡ୍ ପ୍ୟାକକୁ ବନ୍ଦ କରିଦିଆଯାଇଛି ଓ ତା’ ବଦଳରେ ୭୯ ଟଙ୍କିଆ ପ୍ରିପେଡ୍ ପ୍ୟାକ ପ୍ରଚଳନ କରାଯାଇଛି । ଅନ୍ୟ ପ୍ରକାରେ କହିଲେ ୪୯ ଟଙ୍କିଆ ପ୍ରିପେଡ୍ ତାରିଫର ମୂଲ୍ୟ ୭୯ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅନ୍ୟପକ୍ଷରେ ଭୋଡ଼ାଫୋନ ଆଇଡିଆ ପକ୍ଷରୁ ଆସନ୍ତା କିଛି ଦିନ ମଧ୍ୟରେ ନିଜର ପ୍ରିପେଡ୍ ତାରିଫ ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇପାରେ । ଏପରିକି କମ୍ପାନି ପକ୍ଷରୁ କେତେକ ସର୍କଲରେ ନିଜର ପ୍ରିପେଡ୍ ତାରିଫ ବୃଦ୍ଧି କରାଯାଇସାରିଛି । ଏୟାରଟେଲ ପରି ଭୋଡାଫୋନ ମଧ୍ୟ ନିଜର ୪୯ ଟଙ୍କିଆ ପ୍ୟାକକୁ ବନ୍ଦ କରିବାର ସମ୍ଭାବନା ରହିଛି । ନିଜର ରାଜସ୍ବ କ୍ଷତି ଭରଣା କରିବାକୁ ଟେଲିକମ ଅପରେଟରମାନେ ନିଜର ତାରିଫ ବୃଦ୍ଧି କରୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର