ଜିଓ କୁ ଜରିମାନା ଦେବେ ଭୋଡାଫୋନ-ଆଇଡ଼ିଆ ଓ ଏୟାରଟେଲ

ନୂଆଦିଲ୍ଲୀ: ଦୂରସଂଚାର ନିୟାମକ ଟ୍ରାଇର ସୁପାରିଶ କ୍ରମେ ଡିଜିଟାଲ କମ୍ୟୁନିକେସନ କମିଶନ ଭୋଡାଫୋନ,ଆଇଡ଼ିଆ ଓ ଏୟାରଟେଲ ଉପରେ ଜରିମାନା ଲାଗୁ କରିଛନ୍ତି | କମିଶନ ୩୦୫୦ କୋଟି ତାଙ୍କର ଜରିମାନା ଲଗାଇବାକୁ ମଞ୍ଜୁରୀ ଦେଇଛନ୍ତି | ଏହି ମାମଲାର ଶେଷ ନିଷ୍ପତ୍ତି ସରକାର ନେବେ | କମିଶନ ଏୟାରଟେଲ ଓ ଭୋଡାଫୋନ ଉପରେ ୨୧୦୦ କୋଟି ଟଙ୍କାର ଜରିମାନା ଲଗାଇଥିବାବେଳେ ଆଇଡ଼ିଆ ଉପରେ ୯୫୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି |

ଏହି କମ୍ପାନୀମାନଙ୍କ ଉପରେ ଅଭିଯୋଗ ରହିଛି ଯେ ୨୦୧୬ ମସିହାରେ ରିଲାଏନ୍ସ ଜିଓ ଯେତେବେଳେ ଏହାର ବ୍ୟବସାୟ ଆରମ୍ଭ କରିଥିଲା ସେତେବେଳେ ତାହା ପାଖରେ ପଏଣ୍ଟ ଅଫ ଇଂଟରକନେକ୍ସନ ନଥିଲା | ଅଭିଯୋଗ ମୁତାବକ ଜିଓ ର ନେଟୱାର୍କକୁ ଦୁର୍ବଳ ଦେଖାଇବାକୁ ଜିଓ ର ଗ୍ରାହକମାନେ ଅନ୍ୟ କୌଣସି ନେଟୱାର୍କକୁ କଲ କରୁଥିଲେ ବି ଏହା ଲାଗୁନଥିଲା |

ଜିଓର ଅଭିଯୋଗ ପରେ ସବୁ ସର୍କଲ ହିସାବରେ ୫୦ କୋଟି ଟଙ୍କାର ସୁପାରିଶ କରାଯାଇଥିଲା | ଟ୍ରାଇର କହିବା ମୁତାବକ ଇଂଟରକନେକ୍ସନ ନ ଦେବା ମାମଲାରେ ଭାରତୀ ଏୟାରଟେଲ ଓ ଭୋଡାଫୋନର ୨୧-୨୧ ସର୍କଲ ଓ ଆଇଡିଆର ୧୯ଟି ସର୍କଲ ଏଭଳି କରିଥିବାର ଜଣାପଡିଥିଲା | ଏହାକୁ ବିଚାରକୁ ନେଇ ଏହି ଜରିମାନା ଲଗାଯାଇଛି |

ସମ୍ବନ୍ଧିତ ଖବର