ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆ ନିଜର ଟାରିଫ ପ୍ଲାନ୍କୁ ମହଙ୍ଗା କରି ଦେଇଥିଲେ। ଏହାପରଠାରୁ ଟେଲିକମ୍ ସେକ୍ଟରରେ ପ୍ରତିଯୋଗିତା ବଢ଼ି ଯାଇଛି। ଟାରିଫ୍ ପ୍ଲାନ୍ ମହଙ୍ଗା ହେବା କାରଣରୁ ଉପଭୋକ୍ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିଛିଦିନ ପୂର୍ବରୁ ଏୟାରଟେଲ, ଭୋଡାଫୋନ୍-ଆଇଡିଆ ନିଜର ଗ୍ରାହକଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ଅସୀମିତ କଲିଂର ସୁବିଧା ଦେଇଥିଲେ।
ଡିସେମ୍ବର ୮ରେ ରିଲାଏନ୍ସ ଜିଓ ବି ନିଜର ସମସ୍ତ ଟାରିଫ୍ ପ୍ଲାନ ମୂଲ୍ୟକୁ ପରିବର୍ତ୍ତନ କରି ଦେଇଥିଲା। ଏହି ପରିବର୍ତ୍ତନ ପରେ କମ୍ପାନି ବନ୍ଦ କରିଥିବା ୧୪୯ ଓ ୯୮ଟଙ୍କାର ପ୍ଲାନ୍କୁ ପୁଣି ମାର୍କେଟକୁ ଫେରାଇ ଆଣିଥିଲା। ଏପରି କ୍ଷେତ୍ରରେ ଯଦି ଆପଣ ମୋବାଇଲ ରିଚାର୍ଜ କରିବାକୁ ଚାହୁଁଛନ୍ତି ଏବଂ କେଉଁ କମ୍ପାନିର କେଉଁ ପ୍ଲାନ୍ ରିଚାର୍ଜ କଲେ ଆପଣଙ୍କୁ ଲାଭ ମିଳିବ ତାହା ସ୍ଥିର କରି ପାରୁ ନାହାନ୍ତି। ତେବେ କମ୍ପାନି ପକ୍ଷରୁ ଜାରି କରାଯାଇଥିବା ଏହି ନୂଆପ୍ଲାନ୍ର ତାଲିକା ଦେଖି ନିଅନ୍ତୁ।
ଏୟାରଟେଲ ଅଫର: ଅନ୍ୟ ନେଟଓ୍ଵାର୍କକୁ ଅସୀମିତ କଲ କରିପାରିବେ
ଭେଡାଫୋନ୍ ଅଫର: ଅନ୍ୟ ନେଟଓ୍ଵାର୍କକୁ ଅସୀମିତ ଲୋକାଲ/ନାସନାଲ କଲ କରି ପାରିବେ
ରିଲାଏନ୍ସ ଜିଓର ମାସିକିଆ ପ୍ଲାନ୍
ରିଲାଏନ୍ସ ଜିଓର ଦୁଇ ମାସିକିଆ ପ୍ଲାନ୍
ରିଲାଏନ୍ସ ଜିଓର ତିନି ମାସିକିଆ ପ୍ଲାନ୍
ରିଲାଏନ୍ସ ଜିଓର ବର୍ଷିିକିଆ ପ୍ଲାନ୍
ରିଲାଏନ୍ସ ଜିଓର ବ୍ୟୟ କରି ପାରିବା ଭଳି ପ୍ୟାକେଜ