ଜିଓ ଫାଇବର୍‌ର ପ୍ରତିଦ୍ବନ୍ଦ୍ବୀ ଏୟାରଟେଲ୍ ଏକ୍ସଟ୍ରିମ୍

ନୂଆଦିଲ୍ଲୀ: ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି। କଂପାନି ଏକ୍ସଟ୍ରିମ୍ ଷ୍ଟିକ୍ ଓ ଏକ୍ସଟ୍ରିମ୍ ସେଟ୍‌-ଟପ୍ ବକ୍ସ ଆଣିଛି। ଜିଓ ଫାଇବର୍‌କୁ ବଜାରରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେବା ଲାଗି ଏୟାରଟେଲ୍‌ ପକ୍ଷରୁ ଏକ୍ସଟ୍ରିମ୍‌କୁ ଉନ୍ମୋଚନ କରାଯାଇିଛି। ଏୟାରଟେଲ୍‌ର ଉଭୟ ଷ୍ଟିକ୍ ଓ ସେଟ୍‌-ଟପ୍‌ ବକ୍ସର ମୂଲ୍ୟ ୩୯୯୯ ଟଙ୍କା ଲେଖାଏଁ ରଖାଯାଇଛି। ଏୟାରଟେଲ୍‌ ଥାଙ୍କସ୍‌ ଗ୍ରାହକଙ୍କୁ କେତେକ ପ୍ରିମିୟମ୍ ସେବା ମାଗଣାରେ ଉପଲବ୍ଧ କରାଯିବ। ଏୟାରଟେଲ୍‌ର ଏହି ଦୁଇ ଉତ୍ପାଦ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ଏୟାରଟେଲ୍‌ ଏକ୍ସଟ୍ରିମ୍ ଷ୍ଟିକ୍‌ରେ ଆଣ୍ଡ୍ରଏଡ୍‌ ୮.୦ ରହିଛି। ଏହାକୁ ମୋବାଇଲ୍ ଫୋନ୍, ପିସି ଓ ସ୍ମାର୍ଟ ଟିଭିରେ ଚଲାଇହେବ।

ସମ୍ବନ୍ଧିତ ଖବର