ଅଜନ୍ତା ସୁଜ୍‌ ଖୋଲିଲା ପ୍ରଥମ ଫ୍ଲାଗ୍‌ସିପ୍ ‌ଷ୍ଟୋର୍‌

ଭୁବନେଶ୍ବର : ଅଜନ୍ତା ସୁଜ୍‌ ପକ୍ଷରୁ ଚନ୍ଦ୍ରଶେଖରପୁରର ପଟିଆ ଠାରେ ପ୍ରଥମ ଫ୍ଲାଗ୍‌ସିପ୍ ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ ଓଲିଉଡ୍ ଅଭିନେତ୍ରୀ ଶିତଲ୍ ପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଅଜନ୍ତା ସୁଜ୍‌ର ସିଏମ୍‌ଡି ସୁବ୍ରତ ବଣିକ୍ ଓ ଏମ୍‌ଡି ସାଗ୍‌ନିକ୍ ବଣିକ୍ ଉପସ୍ଥିତ ଥିଲେ। ଷ୍ଟୋର୍‌ ଖୋଲିବାର ପ୍ରଥମ ଦିନରୁ କଂପାନିର ସ୍ପୋର୍ଟସ୍‌ ସୁଜ୍‌ ବ୍ରାଣ୍ଡ୍‌ ଇମ୍ପାକ୍ଟୋକୁ ଗ୍ରାହକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଅତିଥି ଶ୍ରୀ ତିର୍କୀ ଓ ଶିତଲ ମଧ୍ୟ ଏହାକୁ ବହୁତ ପସନ୍ଦ କରିଥିଲେ। ଗ୍ରାହକମାନେ ଏହି ଷ୍ଟୋର୍‌ରେ କଂପାନିର ରନିଂ, ହିପ୍‌ ହପ୍, ଟ୍ରେକିଂ ସୁଜ୍, ସାଣ୍ଡାଲ୍, ଫ୍ଲିପ୍ ଫ୍ଲପ୍ ଓ ସ୍ଲିପର୍‌ ଆଦି କିଣିବାର ସୁଯୋଗ ପାଇବେ।

ଏହି ଅବସରରେ କଂପାନିର ଏମ୍‌ଡି ସାଗ୍‌ନିକ୍ କହିଛନ୍ତି ଯେ ବ୍ୟାପକ ଗବେଷଣା ଓ ବିକାଶ ପ୍ରକ୍ରିୟା ଜରିଆରେ ଇମ୍ପାକ୍ଟୋ ବ୍ରାଣ୍ଡ୍‌କୁ ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା ଜୋତାଗୁଡ଼ିକ ଆରାମଦାୟକ ହୋଇଥିବା ବେଳେ ‌ସେଥିରେ ଉନ୍ନତ ଗ୍ରିପ୍ ବ୍ୟବହାର କରାଯାଇଛି ଓ ତାହା ହାଲୁକା ମଧ୍ୟ ଯାହା ବିଶ୍ବର ଯେକୌଣସି ପ୍ରମୁଖ ‌ବ୍ରାଣ୍ଡ୍‌ର ସ୍ପୋର୍ଟସ୍‌ ସୁଜ୍‌ ସହ ତୁଳନୀୟ। ଆମେ ନିଜେ ‌ଜୋତା ଉତ୍ପାଦନ କରୁଥିବାରୁ ଗ୍ରାହକଙ୍କୁ ବହୁଦେଶୀୟ କଂପାନିଙ୍କ ବିକ୍ରି ମୂଲ୍ୟର ଏକ ତୃତୀୟାଂଶ ଦାମ୍‌ରେ ଜୋତା ଯୋଗାଇ ପାରୁଛୁ। ଏହି ଅବସରରେ ଅଜନ୍ତା ସୁଜ୍‌ର ସହଯୋଗୀ ଓମ୍ ଆସୋସିଏଟସ୍‌ର ସଞ୍ଜୀବ ହଂସ କହିଛନ୍ତି ଯେ ଗୁଣାତ୍ମକ ମାନ ଓ ଷ୍ଟାଇଲ୍‌କୁ ପସନ୍ଦ କରୁଥିବା ଗ୍ରାହକମାନେ ଏହି ଷ୍ଟୋର୍‌ ପ୍ରେମରେ ପଡ଼ିବେ। ଆଗାମୀ ଦିନରେ ଷ୍ଟୋର୍‌ ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର