କଟକରେ ଅଜନ୍ତା ଜୋତା ସୋ’ରୁମ୍

ଭୁବନେଶ୍ବର: କଟକ ବଜ୍ରକବାଟି ରୋଡ୍‌ରେ ଅଜନ୍ତା ଜୋତାର ଏକ ନୂଆ ସୋ’ରୁମ୍ ଉଦଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ କଟକରେ ଅଜନ୍ତା ଜୋତାର ଏହି ସୋ’ରୁମ୍ ଖୋଲିଛି। ଏହି ପରିପ୍ରେକ୍ଷୀରେ ଚହଟାସ୍ଥିତ ହୋଟେଲ ପ୍ରମୋଦରେ କମ୍ପାନି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଲସେଲ୍‌ ଏବଂ ରିଟେଲ୍‌ ଡିଲରମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସାମ୍ବାଦିକମାନଙ୍କୁ କମ୍ପାନିର ଚେୟାରମ୍ୟାନ ସୁବ୍ରତ ବନିକ୍‌, ଅଧ୍ୟକ୍ଷା ଅର୍ପିତା ବନିକ୍‌, ପରିଚାଳନା ନିର୍ଦ୍ଦେଶକ ସାଗ୍‌ନିକ୍ ବନିକ୍‌, କ୍ଲଷ୍ଟର ହେଡ୍ ସଞ୍ଜିତ ରାୟ, ଜେନେରାଲ ମ୍ୟାନେଜର (ସେଲ୍ସ) ସହଦେବ କୁଣ୍ଡୁ, ପ୍ରବନ୍ଧକ ଅରିନ୍ଦମ ବାନାର୍ଜୀଙ୍କ ସମେତ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ କମ୍ପାନିର ଅଗ୍ରଗତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କମ୍ପାନିର ମେନ୍ ସୁ, କାଜୁଆଲ ସୁ, ମହିଳାଙ୍କ ହିଲ୍ ସୁ, ସୋର୍ଟସ ସ୍ୟାଣ୍ଡେଲ, ସ୍ଲିପର, କିଡ୍‌ସ ସୁ ଆଦି ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର