ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ବିଶ୍ବବ୍ୟାଙ୍କର ସଭାପତି ପଦ ପାଇଁ ମନୋନୀତ ହୋଇଥିବା ଅଜୟ ବାଙ୍ଗା ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଭାରତରେ ଜନ୍ମ ହୋଇ ଆମେରିକାରେ ବସବାସ କରୁଥିବା ଶ୍ରୀ ବାଙ୍ଗା ୨୩ ଏବଂ ୨୪ ତାରିଖ ଦୁଇଦିନ ଭାରତରେ ରହିବେ ଏବଂ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତିନି ସପ୍ତାହ ଧରି ବାଙ୍ଗା ବିଶ୍ବର ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ଆଫ୍ରିକାରୁ ତାଙ୍କ ଗସ୍ତ ଆରମ୍ଭ ହୋଇଥିଲା। ଏହାପରେ ସେ ୟୁରୋପ, ଲାଟିନ ଆମେରିକା ଏବଂ ଏସିଆ ଗସ୍ତ କରିଛନ୍ତି। ଭାରତରେ ତାଙ୍କର ଏସିଆ ଗସ୍ତ ଶେଷ ହେବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ବିଶ୍ବବ୍ୟାଙ୍କ ସଭାପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଭାରତ ଏହାକୁ ସମର୍ଥନ କରିସାରିଛି। ପୂର୍ବରୁ ମାଷ୍ଟରକାର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ବାଙ୍ଗା ଏବେ ଜେନେରାଲ ଆଟଲାଣ୍ଟିକ୍ର ଉପାଧ୍ୟକ୍ଷ ଅଛନ୍ତି। ୧୯୫୯ ମସିହାରେ ପୁନେଠାରେ ଏକ ଶିଖ୍ ପରିବାରରେ ବାଙ୍ଗାଙ୍କ ଜନ୍ମ ହୋଇଥିଲା।
ଦୁଇ ଦିନିଆ ଭାରତ ଗସ୍ତରେ ଅଜୟ ବାଙ୍ଗା
/sambad/media/post_attachments/wp-content/uploads/2023/03/65465sf465hfsfhssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)