ନୂଆଦିଲ୍ଲୀ: ଆକାଶ ଏଜୁକେସନାଲ୍ ସର୍ଭିସେସ୍‌ ଲିମିଟେଡ୍‌ର ଛାତ୍ର ଆରଭ ଗୁପ୍ତା ଅଷ୍ଟ୍ରେଲିଆର କ୍ବିନ୍‌ସଲ୍ୟାଣ୍ଡ୍‌ରେ ଜୁଲାଇ ୧୦ରୁ ଅନୁଷ୍ଠିତ ହେବାକୁ ଥିବା ୬୬ତମ ଅନ୍ତର୍ଜା‌ତୀୟ ଗଣିତ ଅଲିମ୍ପିଆଡ୍ (ଆଇଏମ୍‌ଓ)ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି।

Advertisment

ଭାରତରୁ ଯେଉଁ ୬ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି, ସେମାନଙ୍କ ମଧ୍ୟରୁ ଆରଭ ହେଉଛନ୍ତି ଅନ୍ୟତମ। ଏ ସମ୍ପର୍କରେ ଆକାଶ ଏଜୁକେସନାଲ୍‌ ସର୍ଭିସେସ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦୀପକ ମେହରୋତ୍ରା କହିଛନ୍ତି ଯେ ଆଇଏମ୍‌ଓ ୨୦୨୫ରେ ଭାରତର ପ୍ରତିନିଧିତ୍ବ କରିବା ପାଇଁ ଆରଭଙ୍କୁ ଚୟନ କରାଯାଇଥିବାରୁ ଆମେ ଗର୍ବିତ ମନେ କରୁଛୁ। ଭବିଷ୍ୟତର ସମସ୍ୟା ସମାଧାନ କରିବାର ଦକ୍ଷତା ଓ ଭାବନକୁ ସମୃଦ୍ଧ କରିବାରେ ଆକାଶର ସମର୍ପଣ ଭାବର ପ୍ରତୀକ ହେଉଛନ୍ତି ଆରଭ। ଗଣିତରେ ଉତ୍କର୍ଷ ହାସଲ ଲାଗି ତାଙ୍କ ଉଦ୍ୟମ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଓ ସମଗ୍ର ଶିକ୍ଷା ଗୋ‌ଷ୍ଠୀକୁ ଅନୁପ୍ରାଣିତ କରିବ। ଆମେ ଆରଭ ଓ ତାଙ୍କ ଟିମ୍‌କୁ ଦେଶ ପାଇଁ ଗୌରବ ଆଣିବା ଲାଗି ଅଭିନନ୍ଦନ ଜଣାଉଛୁ ବୋଲି ସେ କହିଛନ୍ତି।