ନୂଆଦିଲ୍ଲୀ: ରାକେଶ ଝୁନଝୁନୱାଲଙ୍କ ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନ ଆସନ୍ତା ଜୁନରେ ଉଡ଼ାଣ କରିବା ସମ୍ଭାବନା ରହିଛି। କମ୍ପାନିର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବିନୟ ଦୁବେ ଏହି ସୂଚନା ଦେଇଛନ୍ତି। ବିମାନ ଚଳାଚଳ ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସହିତ ରାକେଶ ଝୁନଝୁନୱାଲା ଆଲୋଚନା ଚଳାଇଛନ୍ତି ବୋଲି ‌ଦୁବେ ୱିଙ୍ଗ୍‌ସ ଇଣ୍ଡିଆ ୨୦୨୨ରେ ଯୋଗଦେଇ କହିଛନ୍ତି। ଆକାଶ ବିମାନ ପରିଚାଳନା ଏସ୍‌ଏନ୍‌ଭି ଏଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ ଦ୍ବାରା ହେବ। ଗତ ଅକ୍ଟୋବରରେ କମ୍ପାନିକୁ ଆପତ୍ତି ବିହୀନ ପ୍ରମାଣପତ୍ର ମିଳିସାରିଛି। ଏନ୍‌ଓସି ପାଇବା ପରେ ଏୟାର ଅପରେଟର ଅନୁମତି ପାଇବା ପାଇଁ ଗୋଟିଏ କମ୍ପାନିକୁ ସାଧାରଣତଃ ୬ ମାସ ସମୟ ଲାଗିଥାଏ। ୧୨ ମାସ ମଧ୍ୟରେ ଆକାଶ ଏୟାର ନିକଟରେ ୧୮ଟି ବିମାନ ରହିବ ଏବଂ ତାହାର ବର୍ଷକ ମଧ୍ୟରେ ଆଉ ୧୨ରୁ ୧୪ଟି ବିମାନ ଆକାଶ ସାମିଲ କରିବ ବୋଲି ଦୁବେ କହିଛନ୍ତି।