ଅମ୍ବାନୀ ନାତୁଣୀଙ୍କୁ ଘରକୁ ଆଣିଥିବା ଗାଡ଼ିର ମୂଲ୍ୟ କେତେ ଜାଣନ୍ତୁ

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଗତକାଲି ଘରକୁ ନାତୁଣୀଙ୍କୁ ଧୁମଧାମରେ ପାଛୋଟି ନେଇଥିଲେ। ନାତୁଣୀଙ୍କ ସ୍ବାଗତ ପାଇଁ ସେ ବିଶେଷ ପ୍ରସ୍ତୁତି କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନ‌ାତୁଣୀ ହେବା ଦିନଠାରୁ ମୁକେଶ ଅମ୍ବାନୀ ବେଶ୍ ଖୁସି ଥିବା ତାଙ୍କ ନିକଟତର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି।

‌ଏହି କ୍ରମରେ ମୁକେଶ ଅମ୍ବାନୀଙ୍କ ନାତୁଣୀ ହସ୍ପିଟାଲରୁ ଏଣ୍ଟିଲିଆ ପର୍ଯ୍ୟନ୍ତ ଯେଉଁ ଗାଡ଼ିରେ ଆସିଥିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଗାଡ଼ିର ମୂଲ୍ୟ ଏକକୋଟି ଊର୍ଧ୍ବ ଅର୍ଥାତ ୩କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗାଡ଼ିରେ ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେଟ୍ଟା ତାଙ୍କ କନ୍ୟାରତ୍ନକୁ ଧରି ଘରେ ପହଞ୍ଚିଥିଲେ। ଆକାଶ ଓ ଶ୍ଳୋକା କନ୍ୟା ସନ୍ତାନର ବାପା ଓ ମା’ ହେବାପରେ ସେମାନଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି ବୋଲି କୁହାଯାଉଛି।

 

ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଳୋକା ମେହେଟ୍ଟା ଦ୍ବିତୀୟ ଥର ପାଇଁ ବାପାମାଆ ବନିଛନ୍ତି। ଆକାଶଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ନିକଟରେ ଜନ୍ମ ଦେଇଥିଲେ। ୨୦୨୦ ମସିହାରେ ସେମାନଙ୍କ ପ୍ରଥମ ସନ୍ତାନ ପୃଥ୍ବୀ ଆକାଶଙ୍କ ଜନ୍ମ ହୋଇଥିଲା।

ସମ୍ବନ୍ଧିତ ଖବର