ଆରମ୍ଭ ହେଲା ଶ୍ଲୋକା-ଆକାଶଙ୍କ ପ୍ରି-ଓଏଡିଙ୍ଗ ସେଲିବ୍ରେସନ, ମାର୍ଚ୍ଚ ୯ରେ ହେବ ବିବାହ

ମୁମ୍ବାଇ: ଝିଅ ଇଶା ଅମ୍ବାନୀଙ୍କ ବିବାହ ପରେ ଏବେ ଅମ୍ବାନୀ ପରିବାର ପୁଅର ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଓ ଆୟୋଜନ ଆରମ୍ଭ କରି ଦେଇଥିବା ଦେଖା ଯାଇଛି । ବିବାହ ମାର୍ଚ୍ଚ ୯ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରି-ଓଏଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇ ସାରିଛି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋମବାର ଅମ୍ବାନୀ ପରିବାରରେ ମ୍ୟୁଜିକାଲ ନାଇଟ୍‌ର ଆୟୋଜନ କରାଯାଇଥିଲା ।

jansatta.com

ଏହି ମ୍ୟୁଜିକାଲ ନାଇଟ୍‌ରେ ପ୍ରସିଦ୍ଧ ଗର୍‌ବା କଣ୍ଠଶିଳ୍ପୀ ଫାଲ୍‌ଗୁନୀ ପାଠକ ଯୋଗ ଦେଇ ନିଜ ଗୀତର ଯାଦୁ ସମସ୍ତଙ୍କ ଉପରେ ଚଳାଇଥିଲେ । ଏହି ଉତ୍ସବରେ ଆକାଶଙ୍କ ଜେଜେ ମା’ କୋକିଲାବେନ୍‌ ଅମ୍ବାନୀ ଏବଂ ପିଉସୀ ଟିନା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆକାଶ ଏବଂ ଶ୍ଲୋକାଙ୍କ ବିବାହର କାର୍ଯ୍ୟକ୍ରମ ଜିଓ ସେଣ୍ଟରରେ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର