ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ଲଗଜୁରୀ କାର ପ୍ରତି ବହୁତ ଦୁର୍ବଳତା ରହିଛି। ସେ ଏକାଧିକ ଲଗଜୁରୀ କାର କିଣିଛନ୍ତି।
କିଛିଦିନ ହେବ ଆକାଶ ଅମ୍ବାନୀ ମୁମ୍ବାଇ ରାସ୍ତାରେ ଏକ ଲାଲରଙ୍ଗର ଫେରାରି ଏସଏଫ୯୦ ସ୍ପୋର୍ଟ କାର ଚଲାଉଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି କି ଭାରତୀୟ ବଜାରରେ ଫେରାରିର ଏହି ସ୍ପୋର୍ଟ କାରର ଆରମ୍ଭ ମୂଲ୍ୟ ୭.୫୦ କୋଟି ଟଙ୍କା ରହିଛି।
ଆକାଶ ଅମ୍ବାନୀଙ୍କ ଏକ ଫ୍ୟାନ ପେଜରେ ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି କି, ଆକାଶ ନିଜେ କାର ଚଲାଉଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଫେରାରି ଏସଏଫ ୯୦ ବିଶ୍ବର ସବୁଠାରୁ ଲଗଜୁରୀ କାର ମଧ୍ୟରୁ ଗୋଟିଏ ରହିଛି। ଭାରତରେ କିଛି ବଛାବଛା ଲୋକଙ୍କ ପାଖରେ ଏହି କାର ରହିଛି।
View this post on Instagram
କମ୍ପାନି ଦାବି କରିଛି କି, ଏକ ସ୍ପୋର୍ଟ କାର ଆଧାରରେ ଏହାର ସ୍ପିଡ ବହୁତ ଭଲ ରହିଛି। ଏହି କାର ୨.୫ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ପ୍ରତିଘଣ୍ଟାକୁ ଦୌଡ଼ିବାର କ୍ଷମତା ରଖିଛି। ଏହାର ଶୀର୍ଷ ବେଗ ପ୍ରତିଘଣ୍ଟାକୁ ୩୪୦ କିଲୋମିଟର ରହିଛି। ଏହି କାରରେ ୬୮ଲିଟର କ୍ଷମତାର ତେଲ ଟାଙ୍କି ରହିଛି। ଏଥିସହିତ ଅନ୍ୟ ଲଗଜୁରୀ କାର ତୁଳନାରେ ଏଥିରେ ଯାତ୍ରୀଙ୍କ ସୁବିଧା ପାଇଁ ବହୁତ କିଛି ଖଞ୍ଜି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ferrari-2.webp)