ଭୁବନେଶ୍ବର: ପୂର୍ବତଟ ରେଳପଥ ସଭାଗୃହରେ ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମ ‘ଜିତ୍ ଜିନ୍ଦଗୀ’ ଆୟୋଜନ କରାଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଅଜୟ ବାହାଦୂର ସିଂହ କହିଛନ୍ତି ଯେ, ଅଭିଭାବକଙ୍କ ପରେ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁ ହିଁ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ପିତାମାତାଙ୍କ ଭଳି ଗୁରୁଙ୍କ କଥା ମାନିବା ଉଚିତ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ମାର୍ଗଦର୍ଶନ କରାଇବା। ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ଥିବା ଶ୍ରୀ ସିଂହ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ୧୦ଟି ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ଏହାକୁ ପାଥେୟ କରି ଆଗକୁ ବଢ଼ିଲେ ସଫଳତା ମିଳିବା ସହଜ ହେବ ବୋଲି ସେ କହିଛନ୍ତି।
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମ ‘ଜିତ୍ ଜିନ୍ଦଗୀ’
/sambad/media/post_attachments/wp-content/uploads/2019/12/5g6sdf54gsdf4g56ds4g65d4g65da4g56da4g65dag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)