ଭୁବନେଶ୍ବର: ନିଟ୍ ୟୁଜି ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ବରର ଛାତ୍ର ନେକ୍ତା ନିୟତେନ୍ଦ୍ର ସ୍ବସ୍ତିଶ୍ରବଣ ମିଶ୍ର ୭୦୫ ମାର୍କ (ଏଆଇଆର୍-୭୫) ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆକାଶର ଅନ୍ୟତମ ଛାତ୍ରୀ ଗୀତି ଗାୟତ୍ରୀ ପଣ୍ଡା ୭୦୫ ମାର୍କ ରଖି ରାଜ୍ୟର ଦ୍ବିତୀୟ ଟପର୍ ହୋଇଛନ୍ତି। ସୁରଜ ନନ୍ଦ ୭୦୧ ମାର୍କ ରଖିଛନ୍ତି ବୋଲି ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମ୍ପର୍କରେ ଆକାଶର କ୍ଷେତ୍ରୀୟ ନିର୍ଦେଶକ ଏ ବି ସିଂହ କହିଛନ୍ତି ଯେ କୋଭିଡ୍-୧୯ ମହାମାରୀ ଭଳି କଠିନ ସମୟରେ ନିଟ୍ ୟୁଜିରେ ଛାତ୍ରଛାତ୍ରୀମାନେ ହାସଲ କରିଥିବା ଫଳାଫଳକୁ ନେଇ ମୁଁ ଚକିତ। ସେ ସଂସ୍ଥାର ଶିକ୍ଷକଗଣ, ପ୍ରବନ୍ଧକ ସଦସ୍ୟ ଓ ସହାୟକ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି। ମହାମାରୀ ଭଳି ସମୟରେ ଛାତ୍ରଛାତ୍ରୀମାନଙ୍କ ଦାୟିତ୍ବ ନେଇ ସେମାନଙ୍କ ସ୍ବପ୍ନ ପୂରଣ କରିବା ଲାଗି କଠିନ ଏମାନେ ମଧ୍ୟ କଠିନ ପରିଶ୍ରମ କରିଥିଲେ ବୋଲି ସେ କହିଛନ୍ତି। ଏହି ସଫଳତାର ଶ୍ରେୟ ସେ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ, ସେମାନଙ୍କ ମାତାପିତାଙ୍କ ଆଶୀର୍ବାଦ ଓ ଆକାଶର ଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ଦେଇଛନ୍ତି।
ନିଜ ସଫଳତାକୁ ନେଇ ନେକ୍ତା ଖୁସି ବ୍ୟକ୍ତ କରି କହିଛନ୍ତି ଯେ ପିତାମାତା, କଠିନ ପରିଶ୍ରମ ଓ ଆକାଶରେ ମିଳିଥିବା ଉତ୍କୃଷ୍ଟ କୋଚିଂ ପାଇଁ ମୁଁ ଏହି ସଫଳତା ପାଇଛି। ଆକାଶ ଦ୍ବାରା ଦିଆଯାଇଥିବା ଉଚ୍ଚ ଗୁଣମାନର ଅଧ୍ୟୟନ ସାମଗ୍ରୀ ନିଟ୍ ୟୁଟିରେ ଭଲ ଗ୍ରେଡ୍ ପାଇବାେର ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।