ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଶିବାଶିଷ ଜେଇଇ ମେନ୍‌ରେ ପ୍ରଥମ

ଭୁବନେଶ୍ବର: ଆଜି ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଶିବାଶିଷ ନାୟକ ରାଜ୍ୟର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶିବାଶିଷ ଆକାଶ ଆଇଆଇଟି-ଜେଇଇ ଭୁବନେଶ୍ବର କେନ୍ଦ୍ରର ଛାତ୍ର। ଉକ୍ତ ପରୀକ୍ଷାରେ ଶିବାଶିଷଙ୍କୁ ୯୯.୯୮୪୪୯ ପର୍ସେଣ୍ଟାଇଲ ମିଳିଛି। ଶିବାଶିଷ ଭୁବନେଶ୍ବର ଆକାଶ ଆଇଆଇଟି-ଜେଇଇର ଦୁଇ ବର୍ଷିଆ ଛାତ୍ର। ଅନ୍ୟ ସଫଳ ଛାତ୍ରଛାତ୍ରୀମାନେ ହେଲେ ସାୟନ୍ତନ ଧର, ପ୍ରତିକ ଚୌଧୁରୀ, ଜ୍ଞାନ ପ୍ରକାଶ ବେରିୟା, ଅମୃତ କୁମାର ସାହୁ। ଆକାଶ ଇନଷ୍ଟିଚ୍ୟୁଟ ଭୁବନେଶ୍ବର କେନ୍ଦ୍ର ନିର୍ଦେଶକ ଏ ବି ସିଂହ କହିଛନ୍ତି ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଶ୍ରୀ ସିଂହ କହିଛନ୍ତି, ଶିବାଶିଷଙ୍କର ଏଭଳି ଉତ୍ସାହପ୍ରଦ ଫଳାଫଳ ଜାତୀୟ ସ୍ତରରେ ଭୁବନେଶ୍ବର କେନ୍ଦ୍ରର ମାନ ବୃଦ୍ଧିରେ ସହାୟକ ହେବ। ଛାତ୍ରଛାତ୍ରୀମାନଙ୍କର ସଫଳତାରେ ଆକାଶର ଶିକ୍ଷକମାନଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର