ନୂଆଦିଲ୍ଲୀ: ବିଭିନ୍ନ ଉତ୍ପାଦ ଓ ସେବାର ବିଜ୍ଞାପନ ପ୍ରଚାରରେ ସେଲିବ୍ରିଟିଙ୍କୁ ବ୍ୟବହାର କରାଯାଇଥାଏ। ୨୦୧୮ରେ ଏବାବଦରେ ସେଲିବ୍ରିଟିମାନଙ୍କୁ ୧୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ତାହାର ସିଂହ ଭାଗ ଅକ୍ଷୟ କୁମାରଙ୍କ ଖାତାକୁ ଯାଇଛି। ଗତବର୍ଷ ବିଜ୍ଞାପନରୁ ଅକ୍ଷୟ ୧୦୦ କୋଟି ଟଙ୍କା ଆୟ କରିଛନ୍ତି। ବିଜ୍ଞାପନରୁ ଆୟ କରୁଥିବା ଶ୍ରେଷ୍ଠ ୫ ସେଲିବ୍ରିଟିଙ୍କ ତାଲିକାରେ କୌଣସି ଖାନ୍ ନାହାନ୍ତି।
୨୦୧୮ରେ ବିଜ୍ଞାପନରୁ ରଣବୀର ସିଂହ ୮୪ କୋଟି ଟଙ୍କା, ଦୀପିକା ପାଦୁକୋନ୍ ୭୫ କୋଟି ଟଙ୍କା, ଅମିତାଭ ବଚ୍ଚନ ୭୨ କୋଟି ଟଙ୍କା, ଆଲିଆ ଭଟ୍ଟ ୬୮ କୋଟି ଟଙ୍କା, ଶାହରୁଖ ଖାନ୍ ୫୬ କୋଟି ଟଙ୍କା, ସଲ୍ମାନ୍ ଖାନ୍ ୪୦ କୋଟି ଟଙ୍କା, କରୀନା କପୁର ୩୨ କୋଟି ଟଙ୍କା ଓ କ୍ୟାଟରିନା କୈଫ୍ ୩୦ କୋଟି ଟଙ୍କାର ଆୟ କରିଛନ୍ତି।
୨୦୧୭ରେ ସେଲିବ୍ରିଟି ପ୍ରଚାର ବଜାର ପରିମାଣ ୭୯୫ କୋଟି ଟଙ୍କା ଥିଲା। ୨୦୧୮ରେ ତାହା ୯୯୫ କୋଟି ଟଙ୍କାରେ ପହଞ୍ଚିଯାଇଛି। ବରୁଣ ଧାୱନ ଓ ଆଲିଆ ଭଟ୍ଟ ଭଳି ନୂଆ ତାରକା ବିଜ୍ଞାପନରୁ ମୋଟା ଅଙ୍କର ଆୟ କରିଛନ୍ତି। ଏହା ବ୍ୟତୀତ ବିକି କୌଶଳ, କାର୍ତିକ ଆର୍ଯ୍ୟନ, ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍ ମଧ୍ୟ ଭଲ ଆୟ କରିଛନ୍ତି।
ବିଜ୍ଞାପନରୁ ଅକ୍ଷୟଙ୍କ ଆୟ ୧୦୦ କୋଟି
/sambad/media/post_attachments/wp-content/uploads/2019/05/1559021603-Akshay_Kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)