ଅକ୍ଷୟ ପାତ୍ର-ଗେଲ୍‌ୱେ ଫାଉଣ୍ଡେସନ୍‌ ସହଭାଗିତା

ଭୁବନେଶ୍ବର: ସ୍କୁଲ୍ ପିଲାମାନଙ୍କୁ ନିଶୁଳ୍କ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ସହ ଯୋଡ଼ି ହୋଇଛି ଗେଲ୍‌ୱେ ଫାଉଣ୍ଡେସନ। ଉଭୟ ସଂସ୍ଥା ଗରିବ ପିଲାମାନଙ୍କ କଲ୍ୟାଣ ପାଇଁ କାମ କରିବାକୁ ଚାହୁଁଥିବାରୁ ପରଷ୍ପର ସହ ହାତ ମିଳାଇଛନ୍ତି। ଉଭୟ ସଂସ୍ଥା ମିଶି ଏକ ଡେଲିଭରି ଭ୍ୟାନ୍‌କୁ ଉନ୍ମୋଚନ କରିଛନ୍ତି। ସେହି ଭ୍ୟାନ୍‌ ଜରିଆରେ ଶୀଘ୍ର ସ୍କୁଲ୍‌ ପିଲାଙ୍କ ପାଖରେ ଭୋଜନ ପହଞ୍ଚାଇହେବ। ଏହି ଭ୍ୟାନ୍‌କୁ ଗ୍ଲେଜ୍‌ ଟ୍ରେଡିଂ ଇଣ୍ଡିଆର ନିର୍ଦେଶକ ସରବଜିତ ସିଂହ ଅରନେଜା ଓ କଂପାନିର ବରିଷ୍ଠ ଅଧିକାରୀ କୁଶ କୁମାର ପତାକା ଦେଖାଇ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର