ଶିଶୁ ପୋଷାକ ବିକୁଛନ୍ତି ଆଲିୟା

ନୂଆଦିଲ୍ଲୀ: କରନ ଜୋହରଙ୍କ ସିନେମା ଷ୍ଟୁଡେଣ୍ଟ୍‌ ଅଫ୍ ଦି ଇୟର ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିବା ମହେଶ ଭଟ୍ଟଙ୍କ ଝିଅ ଆଲିୟା ଭଟ୍ଟ ଉଦ୍ୟୋଗ ଜଗତରେ ବେଶ ସକ୍ରିୟ ହେବାରେ ଲାଗିଛନ୍ତି। କିଛି ଦିନ ତଳେ ସେ ନିଜର ଶିଶୁ ପୋଷାକ ବ୍ରାଣ୍ଡ୍‌ ‘ଏଡ୍‌-ଏ-ମାମା’କୁ ଉନ୍ମୋଚନ କରିଛନ୍ତି। ଦୁଇରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ବ୍ରାଣ୍ଡ୍‌ ପୋଷାକ ବିକ୍ରି କରୁଛି। ଇ-କମର୍ସ ସଂସ୍ଥା ଫାଷ୍ଟ୍‌କ୍ରାଏରେ ଆଲିୟାଙ୍କ ଏହି ବ୍ରାଣ୍ଡ୍‌ର ପୋଷାକ ବିକ୍ରି ହେଉଛି। ଆଲିୟା ନିଜେ ପୁଞ୍ଜିନିବେଶ କରି ଏହି ଷ୍ଟାର୍ଟଅପ୍ ସଂସ୍ଥା ଗଠନ କରିଛନ୍ତି। ଏଡ୍‌-ଏ-ମାମାର ତିନିଟି କଲେକ୍ସନ ରହିଛି। ତାହା ହେଉଛି ସ୍କ୍ବାଡ୍‌, ଫ୍ରେଣ୍ଡସ୍‌ ଅଫ୍ ଓସନ ଓ କାଣ୍ଡିଲ୍ୟାଣ୍ଡ୍‌। ପିଲାମାନଙ୍କ ପାଇଁ ଟପସ୍‌, ଟିଜ୍‌, ସାର୍ଟ, ସ୍କଟ୍, ଡ୍ରେସ୍‌, ଜମ୍ପ୍‌ସୁଟ୍ ଏବଂ ବଟମସ୍‌ ଆଦି ଏହି ସଂସ୍ଥା ବିକ୍ରି କରୁଛି। ସମ୍ପୂର୍ଣ୍ଣ ପ୍ରାକୃତିକ ଫାଇବର୍‌ରୁ ଏଡ୍‌-ଏ-ମାମାର ପୋଷାକଗୁଡ଼ିକୁ ତିଆରି କରାଯାଉଛି। ଏଭଳିକି ଏହାର ବଟମ୍‌ଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ୍ ନୁହେଁ। କେବଳ ଏହି ସଂସ୍ଥା ନୁହେଁ, ଏହା ପୂର୍ବରୁ ଆଲିୟା କୋଏକ୍‌ଜିଷ୍ଟ୍‌, ନାୟକା ଏବଂ ମିସୁ ଭଳି ଷ୍ଟାର୍ଟଅପ୍ ସଂସ୍ଥାରେ ମଧ୍ୟ ପୁଞ୍ଜିନିବେଶ କରିଥିଲେ।

ସମ୍ବନ୍ଧିତ ଖବର