ଚୀନ୍‌ରେ ଏକଚାଟିଆ ବ୍ୟବସାୟ ପାଇଁ ଆଲିବାବା ଉପରେ ୨.୮ ବିଲିୟନ୍‌ ଡଲାର୍‌ ଜରିମାନା

ବେଜିଙ୍ଗ୍‌: ‘ଆଣ୍ଟି-ମନୋପଲି’ (ଏକଚାଟିଆ-ବିରୋଧୀ) ନିୟମ ଉଲ୍ଲଂଘନ କରିଥିବା କାରଣରୁ ବିଖ୍ୟାତ ଇ-କମର୍ସ ସଂସ୍ଥାନ ‘ଆଲିବାବା’ ଉପରେ ଚୀନା ନିୟନ୍ତ୍ରକମାନେ ୨.୮ ବିଲିୟନ୍‌ ଡଲାର୍‌ ଆମେରିକୀୟ ଡଲାର୍‌ ଜରିମାନା କରିଛନ୍ତି।

ଚୀନ୍‌ର ସର୍ବବୃହତ୍‌ ଇ-କମର୍ସ ସଂସ୍ଥାନ ‘ଆଲିବାବା’ ଏବଂ ଅନ୍ୟାନ୍ୟ ଇଣ୍ଟର୍‌ନେଟ୍‌ କମ୍ପାନି ଉପରେ ନିୟନ୍ତ୍ରଣ କଠୋର କରିବା ଲାଗି ଶାସକ କମ୍ୟୁନିଷ୍ଟ୍‍ ପାର୍ଟି ଚେତାବନୀ ଦେଇ କହିଛି ଯେ, ପ୍ରତିଦ୍ୱନ୍ଦ୍ୱିତାକୁ ସଙ୍କୁଚିତ କରିବା ଲାଗି ସେମାନେ ସେମାନଙ୍କର ଶିଳ୍ପ ଆଧିପତ୍ୟକୁ ଉପଯୋଗ କରନ୍ତୁ ନାହିଁ।

Image Courtesy of India Today

ଶନିବାର ଦିନ ‘ଷ୍ଟେଟ୍‌ ଆଡ୍‌ମିନିଷ୍ଟ୍ରାସନ୍‌ ଫର୍‌ ମାର୍କେଟ୍‌ ରେଗୁଲେସନ୍‌’ ଘୋଷଣା କରିଛି ଯେ, ଅନ୍‌ଲାଇନ୍‌ ଖାଉଟି ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସୀମିତ କରିବା ଲାଗି ନିଜ ଆଧିପତ୍ୟର ଅପବ୍ୟବହାର କରିଥିବାରୁ ‘ଆଲିବାବା’ ଉପରେ ଅର୍ଥଦଣ୍ଡାଦେଶ ହୋଇଛି।

ନିଜର ବିଭିନ୍ନ ପ୍ଲାଟ୍‌ଫର୍ମରେ ବିକ୍ରି କରୁଥିବା ସମୁଦାୟ ସାମଗ୍ରୀ ହିସାବରେ ‘ଆଲିବାବା’ ହେଉଛି ବିଶ୍ୱର ବୃହତ୍ତମ ଇ-କମର୍ସ କମ୍ପାନି।

ସମ୍ବନ୍ଧିତ ଖବର