ସାଂଘାଇ: ନଭେମ୍ବର ୧୧ ତାରିଖରେ ଇ-କମର୍ସ ପକ୍ଷରୁ ହୋଇଥିବା ସିଙ୍ଗଲ୍ସ ଡେ ସେଲ୍ରେ ବିକ୍ରି ପରିମାଣ ୨୫ ବିଲିଅନ ଡଲାର ଅତିକ୍ରମ କରି ୨୫.୩୮ ବିଲିଅନ ଡଲାର ଛୁଇଁଛି। ସିଙ୍ଗଲ୍ସ ଡେ ପାଳନର ଏହା ଥିଲା ନବମ ସଂସ୍କରଣ। ଗତବର୍ଷ ସିଙ୍ଗଲ୍ସ ଡେ’ରେ କମ୍ପାନି ୧୮ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ବିକ୍ରି କରିଥିଲା। ଗତବର୍ଷର ସିଙ୍ଗଲ୍ସ ଡେ ତୁଳନାରେ ଚଳିତବର୍ଷ କମ୍ପାନି ୩୯ ପ୍ରତିଶତ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଛି। ଏହି ବିକ୍ରି ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ୧୦ ବିଲିଅନ ଡଲାର ଏବଂ ଦୁଇ ଘଣ୍ଟା ମଧ୍ୟରେ ୧୨ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ବିକ୍ରି କରିଛି। ଏହି ସେଲ୍ରେ ୧୫ ନିୟୁତ ସାମଗ୍ରୀ ରହିଥିଲା। ୧ ଲକ୍ଷ ୪୦ ହଜାର ବ୍ରାଣ୍ଡ୍ ପକ୍ଷରୁ ଅଫର୍ମାନ ଦିଆଯାଇଥିଲା। ସେକେଣ୍ଡ ପିଛା ପ୍ରାୟ ୩,୨୫,୦୦୦ କ୍ରୟ ଆଦେଶ ଆଲିବାବା ପାଇଥିଲା। ପ୍ରାୟ ୯୦ ପ୍ରତିଶତ କ୍ରୟ ଆଦେଶ ଗ୍ରାହକମାନେ ମୋବାଇଲ ଫୋନ୍ ମାଧ୍ୟମରେ କରିଥିଲେ।