ରିଜର୍ଭ ବ୍ୟାଙ୍କ କଥା ମାନି ସୁଧ କମାଇ‌ଲେ

ଅଧ ଡଜନେରୁ ଅଧିକ ବ୍ୟାଙ୍କ କମାଇଲେ ଋଣ ସୁଧ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାରରେ ୦.୩୫% ହ୍ରାସ ଘୋଷଣା କରାଯିବା ପରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଋଣ ସୁଧ ହାର କମାଇବା ଆରମ୍ଭ କରିଛନ୍ତି। ପ୍ରଥମେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୫% ହ୍ରାସ କରିଥିଲା। ଇତି ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଣ୍ଡିକେଟ୍ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ଏମ୍‌ସିଏଲ୍‌ଆର୍‌ ହ୍ରାସ କରାଯାଇଛି।ବ୍ୟାଙ୍କ ଇଣ୍ଡିଆ ଏହାର ଏମ୍‌ସିଏଲ୍‌ଆର୍‌ ୦.୨୫% କମାଇଥିବା ବେଳେ ସିଣ୍ଡିକେଟ୍‌ ବ୍ୟାଙ୍କ ୦.୨୫%, ଆଇଡିବିଆଇ ବ୍ୟାଙ୍କ ୦.୦୫-୦.୧୫%, ଆହ୍ଲାବାଦ ବ୍ୟାଙ୍କ ୦.୧୫-୦.୨୦%, ଆନ୍ଧ୍ର ବ୍ୟାଙ୍କ ୦.୨୫% ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ୦.୧୦% ହ୍ରାସ କରିଛି। ୟୁନିଅନ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏମ୍‌ସିଏଲ୍‌ଆର୍‌ରେ ୦.୧୫% ହ୍ରାସ କରିବା ଉପରେ ଆମେ ବିଚାର କରୁଛୁ।

ସମ୍ବନ୍ଧିତ ଖବର