ବଜାରରେ ପ୍ରଚଳିତ ସବୁ କଏନ ବୈଧ, ଲୋକମାନେ ନିର୍ଦ୍ୱନ୍ଦରେ ଗ୍ରହଣ କରିପାରିବେ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ବଜାରରେ ପ୍ରଚଳିତ ସବୁ ମୂଲ୍ୟର କଏନ (ମୁଦ୍ରା) ବୈଧ ଓ ଲୋକମାନେ ସେଗୁଡ଼ିକୁ ନିର୍ଦ୍ୱନ୍ଦରେ ଗ୍ରହଣ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଆଜି ସ୍ପଷ୍ଟ କରିଦେଇଛି । ଏହା ସହିତ ଲୋକମାନଙ୍କଠାରୁ ସବୁ ପ୍ରକାରର କଏନ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କମାନଙ୍କୁ ପୁଣି ଥରେ ନିଜ ନିର୍ଦ୍ଦେଶକୁ ଦୋହରାଇଛି ।

ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବକ୍ତବ୍ୟ ଜାରି କରି କୁହାଯାଇଛି ଯେ ବିଭିନ୍ନ ସମୟରେ ବିଭିନ୍ନ ମୂଲ୍ୟର କଏନ ରିଜର୍ଭ ବ୍ୟାଙ୍କ ବଜାରକୁ ଛାଡିଥାଏ । ବର୍ତ୍ତମାନ ବଜାରରେ ୧,୨,୫ ଓ ୧୦ ଟଙ୍କିଆ କଏନ ପ୍ରଚଳିତ ଅଛି । କିନ୍ତୁ ଏଗୁଡ଼ିକୁ ନେଇ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଗୁଜବ ଶୁଣିବାକୁ ମିଳୁଛି । ଏହା ଫଳରେ ଅନେକ ସମୟରେ ଏସବୁ କଏନଗୁଡ଼ିକର ବୈଧତାକୁ ନେଇ ଲୋକମାନଙ୍କ ମଧ୍ୟରେ ସଂଦେହ ଦେଖାଦେଉଛି ଓ ଲୋକମାନେ ଓ ବ୍ୟବସାୟୀମାନେ ଏଗୁଡ଼ିକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । କିନ୍ତୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଓ ସବୁ ପ୍ରକାରର କଏନ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ନିବେଦନ କରିଛି ।

ସମ୍ବନ୍ଧିତ ଖବର