ଖୁବ୍‌ ଶୀଘ୍ର ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌ରେ ଉନ୍ନତ ଧରଣର ନବୀକରଣ ହେବ!

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌କୁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ମେକ୍‌ଓଭର ଦେବା ପାଇଁ ଯୋଜନା କରୁଛି। ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏହି ମେକ୍‌ଓଭର ରେଳବାଇର ‘ଅପରେସନ୍‌ ସ୍ୱର୍ଣ୍ଣ’ର ଏକ ଅଂଶ।

ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରେଳବାଇ ରାଜଧାନୀ ଏକ୍ସପ୍ରେସ୍‌ ପୂର୍ବରୁ ସମସ୍ତ ଶତାବ୍ଦୀ ଏକ୍ସପ୍ରେସ୍‌ରେ ନବୀକରଣ କାମ ପୂରା କରି ଦେଇଛି। ଏହି ଯୋଜନାକୁ ୬ମାସ ଭିତରେ ପୂରା କରିବାର ଲକ୍ଷ୍ୟ ରଖାଯାଇଛି। କାରଣ ଏବେ ମାତ୍ର ୧୫ଟି ଆଉ ରାଜଧାନୀ ଏକ୍ସପ୍ରେସ୍‌କୁ ଅପଗ୍ରେଡ କରିବା ବାକି ରହିଛି। ଏହି ସମସ୍ତ ଟ୍ରେନ୍‌ ସ୍ୱର୍ଣ୍ଣ ଷ୍ଟାଣ୍ଡାର୍ଡରେ ଚାଲିବ। ଚଳିତ ବର୍ଷ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌କୁ ସବୁଜ ସଙ୍କେତ ଦିଆଯାଇଛି। ଯେଉଁଥିରେ ଅପଗ୍ରେଡ କୋଚ ବି ରହିଛି। ଏହି କୋଚରେ ଅପଗ୍ରେଡ ଓ୍ଵାସ୍‌ରୁମ୍‌ ସହିତ ମାଡୁଲାର୍‌ ବାୟୋ-ଟଏଲେଟସ୍‌, ଅଟୋମେଟିକ୍‌ ସେନ୍‌ସର ଆଧାରିତ ସାବୁନ୍‌ ଡିସ୍‌ପେନ୍‌ସର, ଏୟାର ଫେସନର ବାଥରୁମ୍‌। ନୂଆ ପରଦା, ବେକ୍‌ଲିଟି ଏଲଇଡି ପିକ୍‌ଚର ଆଦି ଖଞ୍ଜା ଯାଇଛି।

ସମ୍ବନ୍ଧିତ ଖବର