ନୂଆଦିଲ୍ଲୀ: ଦେଶରେ ଥିବା ସମସ୍ତ ୮୫୦୦ ଷ୍ଟେସନ୍ ଏବଂ ୧୧ ହଜାର ଟ୍ରେନ୍ରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଏ ବିଷୟରେ ଚଳିତ ବର୍ଷ ବଜେଟ୍ରେ ଘୋଷଣା କରାଯାଇପାରେ। ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ଅନୁଭୂତି ପ୍ରଦାନ କରିବା ପାଇଁ ସିସିଟିଭି ଜରିଆରେ ଷ୍ଟେସନ ଓ ଟ୍ରେନ୍ ଉପରେ ରେଳବାଇ ନଜର ରଖିବାକୁ ଚାହୁଁଛି। ସବୁ ଟ୍ରେନ୍ ଓ ଷ୍ଟେସନ୍ରେ ୧୨ ଲକ୍ଷ ସିସିଟିଭି ଲଗାଇବା ପାଇଁ ରେଳବାଇ ଯୋଜନା ରଖିଛି। ଏଥିପାଇଁ ପାଖାପାଖି ୩୦୦୦ କୋଟି ଟଙ୍କା ଦରକାର। ଷ୍ଟେସନ୍ର ପ୍ରବେଶ ପଥଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ରେଳବାଇ ସିସିଟିଭି ଜରିଆରେ ନଜର ରଖିବ।
ସବୁ ଟ୍ରେନ୍, ଷ୍ଟେସନ୍ରେ ଲାଗିବ ସିସିଟିଭି
/sambad/media/post_attachments/wp-content/uploads/2018/01/CCTV-camera-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)