କୋଲକାତା: ଆହ୍ଲାବାଦ ବ୍ୟାଙ୍କ ପକ୍ଷରୁ ଆଧାର ପଞ୍ଜୀକରଣ କେନ୍ଦ୍ର କୋଲକାତା ମୁଖ୍ୟ ଶାଖା ପରିସରରେ ଖୋଲାଯାଇଛି। ବ୍ୟାଙ୍କର ଏମ୍ଡି ତଥା ସିଇଓ ଉଷା ଅନନ୍ତସୁବ୍ରମଣ୍ୟନ୍ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏଥିରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର(ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ସୁଧାଂଶୁ ଗୌର, ଡେପୁଟି ଜେନେରାଲ ମ୍ୟାନେଜର (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ପି. ଏସ୍. ଆଜାଦ, ଡିଜିଏମ୍ ଏବଂ ଶାଖା ମୁଖ୍ୟ ପଓ୍ଵନ ଲତା କଉଲ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କରେ ୧୯୭୩ ମସିହାରେ ଆକାଉଣ୍ଟ ଖୋଲିଥିବା ଜଣେ ଗ୍ରାହକଙ୍କୁ ଆଧାର ସେବା ଯୋଗାଇ ଦିଆଯାଇ ଏହି କେନ୍ଦ୍ରର ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଥିଲା।
ଆହ୍ଲାବାଦ ବ୍ୟାଙ୍କର ଆଧାର ପଞ୍ଜୀକରଣ କେନ୍ଦ୍ର ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/allahabad-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)