ଆହ୍ଲାବାଦ ବ୍ୟାଙ୍କ୍‌-ବିଲଡର୍‌ ସମ୍ମିଳନୀ

ଭୁବନେଶ୍ୱର: ଆହ୍ଲାବାଦ ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟଠାରେ ଏକ ବ୍ୟାଙ୍କର୍ସ-ବିଲଡର୍ସ ମିଟ୍‌ ଆୟୋଜନ କରାଯାଇଛି। ଆଞ୍ଚଳିକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ କେ ମୂରଲୀ କ୍ରିଷ୍ଣା  ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଜେଡ୍‌ ଇଞ୍ଜିନିୟର୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ର ତପନ କୁମାର ମହାନ୍ତି, ଏଏଫ୍‌ଓଆର୍‌ଡିର ସଭାପତି ନୀତିଶ ରଞ୍ଜନ ନନ୍ଦ, ସିଆରଇଡିଏଆଇର ଅଧ୍ୟକ୍ଷ ଡି ଏସ ତିପାଠୀ, ସମ୍ପାଦକ ଶଶି ଶେଖର ଗରାବଡ଼ୁ ଆଦି ଯୋଗ ଦେଇଥିଲେ। ବ୍ୟାଙ୍କର ସେଣ୍ଟ୍ରାଲାଇଜଡ୍‌ ରିଟେଲ୍‌ ବ୍ୟାଙ୍କିଙ୍ଗ ବୁଟିକ୍‌ (ସିଆର୍‌ବିବି) ତରଫରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ସିଆରବିବିର ମୁଖ୍ୟ ପ୍ରବନ୍ଧକ ଆଇ କୁଜୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବ୍ୟାଙ୍କ ପ୍ରଦାନ କରୁଥିବା ବିଭିନ୍ନ ସ୍କିମ୍‌ ଉପରେ ବରିଷ୍ଠ ପ୍ରବନ୍ଧକ ଏମ୍‌ ଏମ୍‌ ପ୍ରଧାନ, ପ୍ରବନ୍ଧକ କେ ସି ଦାସ ଓ ଆଞ୍ଚଳିକ କାର୍ଯ୍ୟାଳୟର ପ୍ରବନ୍ଧକ ଅନୁପ କୁମାର ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର