ଭୁବନେଶ୍ବର,: ଆହ୍ଲାବାଦ ବ୍ୟାଙ୍କ ତରଫରୁ କଟକର ସହିଦ ଭବନଠାରେ ସାହି ସମ୍ପର୍କ ଅଭିଯାନ ଆୟୋଜନ କରାଯାଇଛି। ଏଥିରେ ବ୍ୟାଙ୍କର ୬ଟି ଶାଖା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ କୋଲକାତା ମୁଖ୍ୟକାର୍ଯ୍ୟାଳୟର ମହାପ୍ରବନ୍ଧକ(ଆଇଟି) ଅରୁଣ କୁମାର ପାଣ୍ଡେୟ ଉଦ୍ଘାଟନ କରିଥିଲେ। ପାଖାପାଖି ୫୬୦ ଜଣ ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ହିତାଧିକାରୀ ଏବଂ ଅନ୍ୟାନ୍ୟ ଗ୍ରାହକମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ କେ.ମୂରଲୀ କ୍ରୀଷ୍ଣା, କଟକର କର୍ପୋରେଟର ହେମନ୍ତ ବେହେରା, ମିଶନ୍ ଶକ୍ତିର ଜିଲ୍ଲା ସଂଯୋଜକ ପୂଜାଫୁଲ ପଟ୍ଟନାୟକ, ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ପି.କେ ଦାଶ ଓ ବିଭିନ୍ନ ଶାଖାର ଶାଖା ପ୍ରବନ୍ଧକ ଉପସ୍ଥିତ ଥିଲେ।
ଆହ୍ଲାବାଦ ବ୍ୟାଙ୍କର ସମ୍ପର୍କ ଅଭିଯାନ
/sambad/media/post_attachments/wp-content/uploads/2018/12/allahabad-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)