ଭୁବନେଶ୍ବର: ବିଶ୍ବର ପ୍ରମୁଖ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ସୁଯୋଗ ହାସଲ କରିବାକୁ ଚାହୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବା ଲାଗି ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଭୁବନେଶ୍ବରରେ ‘ଆଲେନ୍ ଗ୍ଲୋବାଲ୍ ଷ୍ଟଡି ଡିଭିଜନ’ ଖୋଲାଯାଇଛି। ଆଜି ଡିଭିଜନ୍ର ମୁଖ୍ୟ ଅପୂର୍ବ ଭଟ୍ଟ, ସଚ୍ଚିନ ଶ୍ରୀବାସ୍ତବ ଓ ଆଲେନ୍ର ସେଣ୍ଟର୍ ମୁଖ୍ୟ ଅନୁରାଗ ମିଶ୍ର ଓ ଆଡ୍ମିନ୍ ମୁଖ୍ୟ ସିଦ୍ଧାର୍ଥ ନୂତନ ଡିଭିଜନ୍କୁ ଉଦଘାଟନ କରିଛନ୍ତି। ଗତ ଚାରି ବର୍ଷ ଧରି ଆଲେନ୍ ଗ୍ଲୋବାଲ୍ ଷ୍ଟଡି ଡିଭିଜନ୍ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବର ଅଗ୍ରଣୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ପ୍ରସ୍ତୁତ କରୁଛି। ସେମାନଙ୍କୁ ପାଠପଢ଼ା, ସାକ୍ଷାତକାର ଦକ୍ଷତା ଆଦି ଜରିଆରେ ମାର୍ଗଦର୍ଶନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଛାତ୍ରଛାତ୍ରୀ ନାମଲେଖା ସୁଯୋଗ ପାଇଛନ୍ତି। ଆମେରିକାର ଏମ୍ଆଇଟିରେ ୮ ଜଣ, ବ୍ରିଟେନ୍ର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ୧୧ ଜଣ ଓ କାନାଡାର ଟରଣ୍ଟୋ ବିଶ୍ବବିଦ୍ୟାଳୟରେ ୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତ ବର୍ଷ ଡିଭିଜନ୍ର ଛାତ୍ରଛାତ୍ରୀମାନେ ବିଶ୍ବର ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟରୁ ୪୦୦ରୁ ଅଧିକ ନାମଲେଖା ପ୍ରସ୍ତାବ ହାସଲ କରିଛନ୍ତି ବୋଲି ଆଲେନ୍ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବରରେ ‘ଆଲେନ୍ ଗ୍ଲୋବାଲ୍ ଷ୍ଟଡି ଡିଭିଜନ୍’
/sambad/media/post_attachments/wp-content/uploads/2022/07/dgadgdag654da654g6da5d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)