ଭୁବନେଶ୍ବର: ଆଲେନ୍ କ୍ୟାରିଅର ଇନଷ୍ଟିଚ୍ୟୁଟ୍ର ମେଧା ଅନ୍ବେଷଣ ପରୀକ୍ଷା ଟ୍ୟାଲେଣ୍ଟେକ୍ସ ୨୦୧୯ ଦେଶର ୧୯ଟି ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ କହିଛନ୍ତି ଯେ, ଦେଶର ୪୧୮ଟି ସହରର ଛାତ୍ରଛାତ୍ରୀମାନେ ୨୯୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେଇଛନ୍ତି। ଓଡ଼ିଶାରୁ ୮୧୩୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ଚାରିଟି ପରୀକ୍ଷା କେନ୍ଦ୍ରରେ ୨୮୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ସଫଳତା ହାସଲ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୧ କୋଟି ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ୯୦% ପର୍ଯ୍ୟନ୍ତ ବୃତ୍ତି ପାଇପାରିବେ ଏବଂ ସେମାନଙ୍କୁ ମେଣ୍ଟରିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ।
ଆଲେନ୍ର ଟ୍ୟାଲେଣ୍ଟେକ୍ସ ପରୀକ୍ଷା
/sambad/media/post_attachments/wp-content/uploads/2019/10/bgf23h41df6h4d8h4d8h4dhdfhdhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)