ଭୁବନେଶ୍ବର: ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନର୍ଜି ଓଡ଼ିଶାରେ ଏକ ଆଲୁମିନିୟମ୍ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ଜରିଆରେ କମ୍ପାନି ଆଲୁମିନିୟମ୍ ଫ୍ଲାଟ୍-ରୋଲ୍ଡ ଉତ୍ପାଦ ବର୍ଗରେ ପ୍ରବେଶ କରିବ। ପ୍ରକଳ୍ପରେ ୪୫୦ କୋଟି ଟଙ୍କା ନିବେଶ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୬୦,୦୦୦ ଟନ୍ ରହିବ। ଇସ୍ପାତ, ଫେରୋ ଆଲଏଜ୍, ଷ୍ଟେନ୍ଲେସ୍ ଷ୍ଟିଲ୍ ଭଳି ଧାତବ ଉତ୍ପାଦନରେ ଶ୍ୟାମ ମେଟାଲିକ୍ସ ସକ୍ରିୟ ଥିବା ବେଳେ ଏବେ ଆଲୁମିନିୟମ୍ ଉତ୍ପାଦନ ଧାତବ ଶିଳ୍ପରେ ଏହା ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଏହି ପ୍ରକଳ୍ପ ଜରିଆରେ ୧୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବଜାରରେ ଦେଖାଦେଇଥିବା ନୂତନ ସୁଯୋଗ ହାସଲ କରିବା ଲାଗି କମ୍ପାନି ଆଲୁମିନିୟମ୍ କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନିର ପ୍ରତିଷ୍ଠାତା ସିତିଜ୍ ଅଗ୍ରୱାଲ୍ କହିଛନ୍ତି ଯେ ଆଲୁମିନିୟମ୍ ଫ୍ଲାଟ୍ ରୋଲ୍ଡ ଉତ୍ପାଦ ଓ ବ୍ୟାଟେରି ଫଏଲ୍ ମିଲ୍ କ୍ଷେତ୍ରରେ ଆମେ ପ୍ରବେଶ କରୁଥିବା ବେଳେ ଏହା ନବସୃଜନ, ସ୍ଥାୟିତ୍ବ ଓ ଭାରତର ଅଭିବୃଦ୍ଧି ପ୍ରତି ରହିଥିବା ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp