ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନ୍ କିଛି ଦିନ ତଳେ ଭାରତୀୟ ଅର୍ଥନୀତି ଓ ବର୍ତ୍ତମାନର ଏନ୍ଡିଏ ସରକାରଙ୍କ ବିରୋଧରେ କିଛି କଡ଼ା ଟିପ୍ପଣୀ କରିଥିଲେ। ତାଙ୍କ କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଏକ ସାକ୍ଷାତକାର ଅବସରରେ ରାଜୀବଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ମୁଁ ଚାହୁଁଛି ପ୍ରଫେସର ଅମର୍ତ୍ୟ ସେନ୍ କିଛି ଦିନ ଭାରତରେ ସମୟ ବିତାନ୍ତୁ ଓ ତଳସ୍ତରର ସ୍ଥିତିକୁ ଅନୁଧ୍ୟାନ କରନ୍ତୁ। କୌଣସି ପ୍ରକାର ଟିପ୍ପଣୀ ଦେବା ପୂର୍ବରୁ ବିଗତ ଚାରି ବର୍ଷ ଭିତରେ ମୋଦୀ ସରକାର କରିଥିବା ସବୁ କାମକୁ ଅନୁଧ୍ୟାନ କରିବାର ଥିଲା ବୋଲି ସେ କହିଛନ୍ତି। ରାଜୀବ କହିଛନ୍ତି ଯେ, ମୁଁ ତାଙ୍କୁ ଚ୍ୟାଲେଞ୍ଜ କରିବି। କେଉଁ ଚାରି ବର୍ଷ ଭିତରେ ଭାରତ ଅଧିକ ସ୍ୱଚ୍ଛ, ଅନ୍ତର୍ଭୁକ୍ତୀକରଣ ଓ ଯତ୍ନଶୀଳ ଅର୍ଥନୀତି ହୋଇଛି ତାହା ମୋତେ ଦେଖାଇବାକୁ କହିବି। ରାଜୀବଙ୍କ ମତରେ ଏନ୍୍ଡିଏ ସରକାର ଯେଉଁ ଢାଞ୍ଚାଗତ ସଂସ୍କାର କରିଛନ୍ତି ତାହାର ଲାଭ ସମାଜର ତଳେ ଥିବା ବର୍ଗର ଲୋକଙ୍କ ପାଖରେ ପହଞ୍ଚିପାରିଛି। ଯଦି ଏ ସବୁ ବିଷୟକୁ ନେଇ ସେ ସ୍ପଷ୍ଟ ନୁହନ୍ତି ତେବେ ମୁଁ ଭାବୁଛି ସେ ଭାରତରେ ଅଧିକ ସମୟ ବିତାଇବା ଦରକାର। ଅମର୍ତ୍ୟ ସେନ୍ଙ୍କୁ ସେ ଏଭଳି ପରାମର୍ଶ ଦେଇଛନ୍ତି।
ଅମର୍ତ୍ୟ ସେନ୍ଙ୍କୁ ଘେରିଲେ ନିତି ଆୟୋଗ ଉପାଧ୍ୟକ୍ଷ
/sambad/media/post_attachments/wp-content/uploads/2018/07/amartya-l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)